Site icon Awaj Media

ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନରେ ଡମପଡ଼ା ବ୍ଲକ ଅଧ୍ୟକ୍ଷଙ୍କ ଭୋଟଦାନ ସଂପର୍କରେ ସ୍ପଷ୍ଟୀକରଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଦିନ ଗଡି ଚାଲିଥିବା ବେଳେ ନୂଆ ନୂଆ ମୋଡ ନେଉଛି ବାଙ୍କୀ ସମବାୟ ନିର୍ବାଚନ ପ୍ରକ୍ସି ମତଦାନ ଘଟଣା ! ଗତ ତା.୨୩.୧୦.୨୨ରିଖରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ବି.କେ.ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଥିଲା । ୧୦ନମ୍ବର ଜୋନ୍‌ର ଭୋଟର ଭାବରେ ସୁଶାନ୍ତ କୁମାର ସାହୁ ଘରୋଇ କାର୍ଯ୍ୟରେ ବ୍ୟସ୍ତ ଥାଇ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ପାରିନଥିଲେ । ଭୋଟ ଗ୍ରହଣର ସମୟ ଅବଧି ସରି ଆସୁଥିବାରୁ ତରତର ହୋଇ ଗାଡି ଚଲାଇ ନିର୍ବାଚନ କେନ୍ଦ୍ରରେ ଶ୍ରୀ ସାହୁ ପହଞ୍ଚିଥିଲେ । ହଠାତ୍ ତାଙ୍କ ଆଖିରେ ଏକ ପୋକ ମାଡ ହୋଇଯିବାରୁ ତାଙ୍କୁ ଅନ୍ଧାର ଦେଖାଯିବା ସହିତ ମୁଣ୍ଡ ବୁଲାଇଥିଲା । ଭୋଟ ଗ୍ରହଣ କେନ୍ଦ୍ର ପାଖରେ ତାଙ୍କ ଗ୍ରାମର ତଥା ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍ ଠିଆ ହୋଇଥିବାରୁ ତାଙ୍କୁ ଧରି କରି ନେବାପାଇଁ ସୁଶାନ୍ତ କୁମାର ସାହୁ ଅନୁରୋଧ କରିଥିଲେ । ପ୍ରିଜାଇଡିଂ ଅଫିସର ଏବଂ ସେଠାରେ ବସିଥିବା ଦୁଇଜଣ ଏଜେଣ୍ଟ୍‌ଙ୍କ ସମ୍ମତି କ୍ରମେ ପ୍ରଣବ କିଶୋର ପଟେଲ୍ ତାଙ୍କ ହାତ ଧରି ଭୋଟ ଦେବା ସ୍ଥାନକୁ ନେଇଥିଲେ । ସେଠାରେ ସେ ନିଜେ ସ୍ୱଇଚ୍ଛାରେ ଭୋଟ ଦେଇ ସାରିବା ପରେ ବାଲଟ ପେପରଟିକୁ ବାକ୍ସରେ ପକାଇବା ପାଇଁ ଶ୍ରୀ ପଟେଲଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ପଟେଲ୍ ତାଙ୍କ ପାଇଁ ଏଥିରେ ସହାୟତା ପ୍ରଦାନ କରିଥିଲେ ବୋଲି ଭୋଟର ଶ୍ରୀ ସାହୁ କହିଛନ୍ତି ! ତେବେ ତାଙ୍କୁ ଭୋଟ ଦାନରେ ସହାୟତା କରିଥିବାରୁ କିଛି ହତାସ ବ୍ୟକ୍ତି ଘଟଣାକୁ ବିଭିନ୍ନ ରଙ୍ଗ ଦେଇ ହଟଚମଟ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବାରୁ ଗୋପାଳପୁର ସେବା ସମବାୟ ସମିତିର ନିର୍ଦ୍ଦେଶକ ତଥା ଭୋଟର ସୁଶାନ୍ତ କୁମାର ସାହୁ ଏଥିପାଇଁ ସେମାନଙ୍କୁ ଦୃଢ଼ କଣ୍ଠରେ ନିନ୍ଦା କରିଛନ୍ତି । ପ୍ରକୃତ ତଦନ୍ତ କରାଗଲେ ଅଭିଯୋଗକାରୀଙ୍କ ପ୍ରକୃତ ସ୍ୱରୂପ ପଦାରେ ପଡିବ । ଏଭଳି ଅଭିଯୋଗ ହତାସ ବ୍ୟକ୍ତିଙ୍କର ଅରଣ୍ୟ ରୋଦନ ବୋଲି ସେ ପ୍ରକାଶ କରିଛନ୍ତିି । ତେବେ ଘଟଣାକୁ ନେଇ ବାଙ୍କୀ କଂଗ୍ରେସ ଥାନାର ଦ୍ୱାରସ୍ଥ ହୋଇଥିବା ସମୟରେ , ଏ ସ୍ପଷ୍ଟୀକରଣ ପରେ ପରବର୍ତ୍ତୀ ସିନ କଣ ତାହାକୁ ଅପେକ୍ଷା !

Exit mobile version