Site icon Awaj Media

କୃଷକ ଓ ଶ୍ରମିକଙ୍କ ସାହାରା ପାଲଟିବ ଏସ୍‌ଏସ୍‌ ମାର୍ଟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମାଜର ଅନଗ୍ରସର ତାଲିକାରେ ଥିବା କୃଷକ ଓ ଶ୍ରମିକଙ୍କ ପାଇଁ ଏସ୍‌ଏସ୍‌ ମାର୍ଟ ସାହାରା ପାଲଟିବ । ଆଗ୍ରୋ ଆଣ୍ଡ ଲେବର ମଲ୍ଟିଷ୍ଟେଟ କୋଅପରେଟିଭ ସୋସାଇଟ୍ ଲିମିଟେଡ୍‌ର ପ୍ରଚେଷ୍ଟା ଫଳରେ କୃଷକ – ଶ୍ରମିକଙ୍କ ଆର୍ଥିକ ଅସାମଞ୍ଜସ୍ୟତା ଦୂର କରିବାକୁ ପ୍ରୟାସ କରାଯାଇଛି । ସେମାନଙ୍କୁ ଆଉ ଏଣିକି ଦୁଃଖ କଷ୍ଟ ମଧ୍ୟରେ ଜୀବନ ନିର୍ବାହ କରିବାକୁ ପଡ଼ିବନି କି ସେମାନେ ବଜାରରେ କିଣୁଥିବା ଜିନିଷକୁ ଚଢ଼ାଦରରେ କିଣିବାକୁ ପଡ଼ିବନି । ଏହି କୋ-ଅପରେଟିଭ୍ ପକ୍ଷରୁ କିଭଳି କମ୍ ଦାମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସହ ଇଲେକଟ୍ରୋନିକ୍ସ, ଘରକରଣା ଜିନିଷ ମଧ୍ୟ ଯୋଗାଇବାକୁ ଚେଷ୍ଟା କରାଯାଉଛି ବୋଲି ସେକ୍ରେଟାରୀ ଶ୍ୟାମଲାଲ ପ୍ରଧାନ କହିଛନ୍ତି । ଯେଉଁମାନେ ଏହି କୋଅପରେଟିଭର ସଦସ୍ୟ ସେମାନଙ୍କୁ କମ୍ ଦାମରେ ଗ୍ରୋସରୀ, ଫର୍ଣ୍ଣିଚର ଆଦି ଯୋଗାଇବା , ପୁଣି ସ୍ୱାସ୍ଥ୍ୟବୀମା ଯୋଗାଇବା, କିପରି ଭାବରେ ମାଗଣାରେ ଶ୍ରମିକ କୃଷକ ପିଲାମାନେ ପାଠ ପଢ଼ିପାରିବେ ତାହାର ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବାକୁ ଗୁରୁତ୍ୱାରୋପ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ପଞ୍ଚାୟତ ସ୍ତରରେ ଏସ୍‌ଏସ୍‌ ସୋପ , ବ୍ଲକ ସ୍ତରରେ ଏସ୍‌ଏସ୍‌ ବଜାର, ଜିଲ୍ଲା ସ୍ତରରେ ଏସ୍‌ଏସ୍‌ ମାର୍ଟ ଖୋଲାଯାଇଛି । ଆସାମ, ଛତିଶଗଡ଼ରେ ମଧ୍ୟ ଅନେକ ଆଉଟ୍‌ଲେଟ୍ ଖୋଲାଯାଇ କୃଷକ ଶ୍ରମିକ ମାନଙ୍କୁ ସେବା ଯୋଗାଇ ଦିଆଯାଉଛି । କେନ୍ଦ୍ରାପଡ଼ାରେ ଚେୟାରମ୍ୟାନ୍ ସୁନୀତା ପ୍ରଧାନ, ସିଇଓ ସେକ୍ରେଟାରୀ ଶ୍ୟାମଲାଲ ପ୍ରଧାନ ଓ ସ୍ୱରୂପ ରାଉତ ୩ ଟି ଆଉଟ୍‌ଲେଟ୍ ଉଦ୍‌ଘାଟନ କରିବା ସହ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ସମେତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ବ୍ଲକରେ ଖୋଲାଯିବା କଥା ପ୍ରକାଶ କରିଛନ୍ତି । ମୁଖ୍ୟ ସହଯୋଗୀ ଭାବରେ ସିଇଓ ଡ.ପ୍ରଭାତ କୁମାର ବାରିକ ପରିଚାଳନା ଦାୟିତ୍ୱ ନେଇଛନ୍ତି ।

Exit mobile version