Site icon Awaj Media

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳ ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ କିରଣ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅନୁଷ୍ଠାନ ର ସଭାପତି ବିଜୟ ମୁନି, ସଂପାଦକ ଗୌରହରି ପଟନାୟକ ଉପସ୍ଥିତ ରହିଥିଲେ ! ଅନୁଷ୍ଠାନ ର ଅଧକ୍ଷ ଅରବିନ୍ଦ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ବାରା ନିର୍ବାଚିତ ନିଜସ୍ୱ ମନ୍ତ୍ରୀ ମଣ୍ଡଳ ମଧ୍ୟ ମଞ୍ଚାସିନ ଥିଲେ । ପ୍ରାରମ୍ଭିକ ସଭାରେ ପୂର୍ଣ୍ଣାଙ୍ଗ ଶିକ୍ଷା ରେ ଶ୍ରୀ ଅରବିନ୍ଦ ଓ ଶ୍ରୀମା ଙ୍କ ଦିବ୍ୟ ଚେତନା ଓ ଶିକ୍ଷାକେନ୍ଦ୍ର ର ବିଭିନ୍ନ ବିଷୟ ନେଇ ଅତିଥି ମାନେ ନିଜର ବକ୍ତବ୍ୟ ରଖିଥିଲେ । ପରେ ବିଭିନ୍ନ ଉଲ୍ଲେଖନୀୟ ସଫଳତା ପାଇଥିବା ଅନୁଷ୍ଠାନର ଛାତ୍ର ଛାତ୍ରୀ ଙ୍କୁ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟ ରେ ଛାତ୍ରଛାତ୍ରୀ ମାନେ ସଙ୍ଗୀତ, ସମ୍ବଲପୁରୀ ନୃତ୍ୟ, ଢେମସା ଓ ଆଧୁନିକ ନୃତ୍ୟ, ନାଟକ ପରିବେଷଣ କରିଥିଲେ ! ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ, ସଦସ୍ୟ, ପୁରାତନ ଛାତ୍ର ପରିଚାଳନା କରିଥିଲେ !

Exit mobile version