Site icon Awaj Media

ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିର ଉଦଯାପିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ପଞ୍ଚାୟତ ସମିତି ଅଡିଟୋରିୟମରେ ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା , ଦୁର୍ଘଟଣା ପରିବାର ଓ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି। ଏଣୁ ଆଜି ଆମେ ପ୍ରଥମେ ଶପଥ ନେବା କି ସୁରକ୍ଷା ଓ ନିୟମ ବାହାରକୁ ଯାଇ କୌଣସି କାମ କରିବା ନାହିଁ ! ଅନ୍ୟ ମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ ଫୁଲବାଣୀ ବିଦ୍ୟୁତ ଡିଭିଜନ ମନୋଜ କୁମାର ମହାନ୍ତି, ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଶ୍ୟାମସୁନ୍ଦର ବେହେରା, ସହକାରୀ ଯନ୍ତ୍ରୀ କର୍ମଜିତ ଦାସ, ଜଗଦେବ ସାହୁ, ଅନିଲ କୁମାର ପରିଡା, କାଳୀଚରଣ ନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜର ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମକୁ ଟିମ୍ ଲିଡର ଦିନେଶ କୁମାର ସାହୁ, ଟିମ୍ ଲିଡ୍ ସେଫିଟି ଗଙ୍ଗାଧର ସାହୁ ଓ ବିକାଶ ରଞ୍ଜନ ସାହୁ ପରିଚାଳନରେ ସହଯୋଗ କରିଥିଲେ ।

Exit mobile version