Site icon Awaj Media

ପୁଣି ଫାଣ୍ଡି ପାଖ ଦୋକାନ ରୁ ଚୋରି ଉଦ୍ୟମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସଦର ଥାନା ଅଧିନ ମାଳିସାହି ଫାଣ୍ଡି ପାଖ ପାନ ଦୋକାନ ରୁ ଚୋରି ଉଦ୍ୟମ ପଣ୍ଡ ହୋଇଥିବା ଦେଖିବାକୁ ମିଳିଛି | ସୂଚନା ଅନୁସାରେ ତ୍ରିଲୋଚନ ପ୍ରଧାନ ନାମକ ଜଣେ ଯୁବକ ଏକ ଚାହା, ପାନ ଦୋକାନ କରି ପେଟ ପୋଷୁଥିବା ବେଳେ ସବୁଦିନ ଭଳି ଦୋକାନ ରାତି ରେ ଚାବି ପକେଇ ଭୋରୁ ଆସି ଦୋକାନ ଖୋଲିବା ପୂର୍ବରୁ ଚାରି ପାଖ ସଫା କରିବା ସମୟ ରେ ଦେଖିବାକୁ ପାଇଥିଲେ ଦୁର୍ବୁର୍ତ୍ତ ମାନେ କୌଣସି ଏକ ରଡ଼ କିମ୍ବା ଶାବଳ ସାହାଯ୍ୟ ରେ ଦୋକାନ ର ପଟା ଅଧା ତାଡି ଦେଇ ଛାଡି ଚାଲି ଯାଇଛନ୍ତି | ପରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳ ଲୋକ ଦେଖିବାକୁ ଭିଡ଼ ଜମିଥିବା ବେଳେ ସକାଳୁ ସକାଳୁ ଏହି ଘଟଣାକୁ ନେଇ ଚର୍ଚ୍ଚା ଥିଲା | ସୂଚନା ଅନୁସାରେ ପୂର୍ବରୁ ଫାଣ୍ଡି ପାଖ ବିଦ୍ୟାଳୟ ରୁ ସିସି କ୍ୟାମେରା ଚୋରି ହେଉ କି ପାଟଚଣ୍ଡୀ ମନ୍ଦିର ଚୋରି ଘଟଣା ର ଆଜି ପର୍ଯ୍ୟନ୍ତ ପର୍ଦ୍ଦାଫାଶ ହୋଇନଥିବା ବେଳେ ପୁଣି ଆଜି ସକାଳୁ ଦୋକାନ ଚୋରି ଉଦ୍ୟମ ପଣ୍ଡ ଘଟଣା ସିଧା ସଳଖ ଦୁର୍ବୁତ୍ତ ମାନେ ପୋଲିସ କୁ ଖୋଲା ଚାଲେଞ୍ଜ କରି ଲୁଟିବାକୁ ପ୍ରୟାସ କରୁଥିବା ଜଣାପଡୁଛି | ପୋଲିସ ର ଚୋର ଙ୍କ ପ୍ରତି ଅନୁକମ୍ପା କୁ ସାଧାରଣ ରେ ନିନ୍ଦା କରାଯାଇଛି ! ଏନେଇ ତ୍ରିଲୋଚନ ପ୍ରଧାନ ମାଳିସାହି ଫାଣ୍ଡି ର ଦ୍ୱାରସ୍ଥ ହୋଇଥିଲେ ! ହେଲେ ଫାଣ୍ଡି ଅଧିକାରୀ ନଥିବା କାରଣ ରୁ ଅଧିକାରୀ ଆସିଲେ ଦେଖିବାକୁ ଯିବେ ବୋଲି ଉପସ୍ଥିତ ଥିବା ବାବୁ ମନେ କହିଥିଲେ !

Exit mobile version