ନୟାଗଡ ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁ ଅଧୂକାର ଓ ଶିଶୁ ସୁରକ୍ଷା ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ ପାଳିତ ! ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅତରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ହାତରେ ଛୋଟ ଛୁଆମାନେ ଯନ୍ତ୍ର ଓ ସୁରକ୍ଷା ପାଇଁ ଏକ ଦୋସ୍ତିବ୍ୟାଣ୍ଡ ପିନ୍ଧାଇଥିଲେ । ଚାଇଲ୍ଡ ଲାଇନ ସହ ଅଧିକ ସଂଖ୍ୟାରେ ଯୋଡି ହେଲେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଚାଇଲ୍ଡ ଲାଇନକୁ ତଥ୍ୟ ମିଳି ପାରିବ । ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି । ଚାଇଲ୍ଡ ଲାଇନ କାଉନସିଲର ଚନ୍ଦ୍ରଶେଖର ବେହେରା ଓ ଟିମ ମେମ୍ବର ସୁଜାତା ବେହେରା, ବିକ୍ରମ ପ୍ରଧାନ, ଅଜୟ କୁମାର ବେହେରା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *