Site icon Awaj Media

ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକ ରେ ଆଜି ବିଜୁ ଜନତା ଦଳର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ପାଟକୁରା ବିଧାୟିକା ଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଙ୍କ ନେତୃତ୍ୱ ରେ ତିନୋଟି ବ୍ଲକ ଡେରାବିଶ , ଗରଦପୁର ଓ ମାର୍ଶାଘାଇ ର ଶତାଧିକ ବିଜେଡ଼ି ମହିଳା ଓ ପୁରୁଷ କର୍ମୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଇନ୍ଦାଳ ପଞ୍ଚାୟତ ଫାଣ୍ଡିବର ଠାରୁ ହରିଅଙ୍କ, ଜଅଁରା , ବାରିମୂଳ ପଞ୍ଚାୟତ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ପଦଯାତ୍ରା ଅଗ୍ରସର ହୋଇଥିଲା । ଡେରାବିଶ ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ଆଚାର୍ଯ୍ୟ, ଗରଦପୁର ବ୍ଲକ ସଭାପତି ଶଶାଙ୍କ ପରିଡା ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ବିଜୁ ଜନତା ଦଳ ର ବିକାଶ ର ବାର୍ତ୍ତା କୁ ଲୋକ ସମ୍ପର୍କ ମାଧ୍ୟମରେ ପ୍ରଚାର କରିଥିଲେ । ଗତ ମାସ ଅକ୍ଟୋବର ୨ ତlରିଖ ରେ ବିଜୁ ଜନତା ଦଳ ଦ୍ୱାରା ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇ ଆଜି ଜନସମ୍ପର୍କ ପଦଯାତ୍ରାର ଉଦଯାପନୀ କରାଯାଇଛି । ଶତାଧିକ ମହିଳା ଏହି ପଦଯାତ୍ରା ରେ ଚାଲି ଚାଲି ବିଜେଡ଼ି ର ବାଇଶି ବର୍ଷ ର ଶାସନ କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

Exit mobile version