ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ଦୂର ହେବ ଜଗତସିଂପୁର ଜିଲ୍ଲାରେ ବେକାରୀ ସମସ୍ୟା | ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ନିଯୁକ୍ତି ମେଳା । ଆସନ୍ତା ୧୯ ତାରିଖ ରେ ପାରାଦୀପ ଗଡ଼ ସରକାରୀ ଆଇଟିଆଇ ଓ ଆସନ୍ତା ୨୫ ତାରିଖ ରେ ରାହାମା ସାରଳା ମହାବିଦ୍ୟାଳୟ ରେ ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି | ଯାହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଏହି ଅବସରରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଗଡ଼ ଆଇଟିଆଇ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲ୍ଲାର ତଥା ଜିଲ୍ଲା ବାହାରୁ ପ୍ରାୟ ୪୦ ଟି ବେସରକାରୀ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ତଥା ୧୦ ଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରିବେ । ଶିକ୍ଷାଗତ ଯୋଗ୍ୟତା , ଅଷ୍ଟମ ପାସ୍ ବା ତଦୁର୍ଦ୍ଧ ଏବଂ ବୟସ ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥିନୀ ନିଜର ସମସ୍ତ ସାର୍ଟିଫିକେଟ୍ ନକଲ ସହ ଦିବା ୯ ଘଟିକା ସମୟରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଛି |
ନିଯୁକ୍ତି ମେଳା ନେଇ ପ୍ରସ୍ତୁତି ବୈଠକ !!!

