ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଜେ. ପି.ଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ, କଟକ ଆନୁକୁଲ୍ୟରେ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ ତରଫରୁ ଆଦର୍ଶ ଟ୍ୟୁଟୋରିଆଲ୍, ବଡସହରା ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରରେ ଆଖ ପାଖ ତିନି ଗୋଟି ପଞ୍ଚାୟତରୁ ପ୍ରାୟ ଶହେରୁ ଉର୍ଦ୍ଧ ବ୍ୟକ୍ତି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ । ତନ୍ମଧ୍ୟରୁ ଛବିସ ଜଣ ମୋତିଆ ବିନ୍ଦୁ ଅପରେସନ ପାଇଁ ଚିହ୍ନଟ ହେଇଥିଲେ । ସେମାନଙ୍କୁ କଟକ ସ୍ଥିତ ରୋଟାରୀ ହସ୍ପିଟାଲକୁ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଳବ୍ ର ସଦସ୍ୟ ଶରତ, ରାଜୁ, ବୁଟୁ, କାର୍ତ୍ତିକ ପ୍ରମୁଖ ସହଯୋଗ କରିଥିବା ବେଳେ ଆଦର୍ଶ ଟ୍ୟୁଟୋରିଆଲ୍ ପକ୍ଷରୁ କୁବେର ଗୁରୁଜୀ, ସତ୍ୟ ଗୁରୁଜୀ, ସୀମା ଗୁରୁମା, ରୁବି ଗୁରୁମା, ସଂଯୁକ୍ତା ଗୁରୂମା ପ୍ରମୁଖ ଅଂଶଗ୍ରହଣ କରିଥିଲେ । କ୍ଳବ୍ ର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସା କରାଯାଇଛି ।
ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର !!!

