Site icon Awaj Media

ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି ସଭା ଗୃହ ଠାରେ ଆପଦା ମିତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଏନସିସି ନୋଡାଲ ଅଫିସର ସୁମନ୍ତ ବେହେରା, OSDMA ର ପ୍ରଦ୍ୟୁସ କୁମାର ଶତପଥୀ, OSAP ର ବାଟାଲିୟନ ହାବିଲଦାର ରଜତ କୁମାର ସାହୁ, ବିଦେଶୀ ପ୍ରଧାନ, ପ୍ରଣବ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । ଏହି ତାଲିମ ନଭେମ୍ବର 18 ରୁ 29 ପର୍ଯ୍ୟନ୍ତ 12 ଦିନ ପ୍ରଦାନ କରାଯିବ । ଏହି ତାଲିମରେ 18 ବର୍ଷ ରୁ 30 ବର୍ଷ ର ପୁରୁଷ ଓ ମହିଳା ମାନଙ୍କୁ ତାଲିମ ଦିଆ ଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ ସହଯୋଗ ସୁରକ୍ଷା କରିବା ପାଇଁ ତାଲିମ ପ୍ରଦାନ କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଧନ ଜୀବନ ସୁରକ୍ଷା କରିବେ ଏବଂ ତାସହ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବେ ବୋଲି ଜଣାପଡିଛି ।

Exit mobile version