Site icon Awaj Media

ଟ୍ରେନରୁ ପଡି ଯୁବକ ମୃତ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଗତକାଲି ପାଖାପାଖି ରାତ୍ର 8 ଟା ସମୟରେ ରେଳ ଧାରଣା କଟି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି l ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ ବୋଲଗଡ଼ ଥାନା ହରିପୁର ପାଟଣାର ରାଜକିଶୋର ସୁବୁଦ୍ଧି ଙ୍କ ପୁଅ ନାରାୟଣ ସୁବୁଦ୍ଧି ଓରଫ ନଣ୍ଡା (38) ଭୁବନେଶ୍ୱର ରୁ ବେଗୁନିଆ ଟ୍ରେନ ଯୋଗେ ଯାତ୍ରା କରୁଥିଲେ l ଯାତ୍ରା କରିବା ସମୟରେ ଖୋର୍ଦ୍ଧା ସଦର ବୋତଳମା ନିକଟରେ ଟ୍ରେନରୁ ପଡି ଯୁବକ ଜଣକ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି l ଆଜି ସକାଳୁ ତାଙ୍କ ପରିବାର ଲୋକଙ୍କ ସହିତ ଜିଆରପି ପୋଲିସ, ଆରପିଏଫ ଏବଂ ଖୋର୍ଦ୍ଧା ସଦର ଥାନାଙ୍କ ମିଳିତ ସହଯୋଗରେ ମୃତଦେହକୁ ଉଦ୍ଧାର ସହିତ ବ୍ୟବଛେଦ ପାଇଁ ଖୋର୍ଦ୍ଧା ଡାକ୍ତରଖାନାକୁ ପଠା ଯାଇଥିଲା ! ଏହା ଦୁର୍ଘଟଣା କି , ଯୋଜନାବଦ୍ଧ ହତ୍ୟା ଅଥବା ଆତ୍ମହତ୍ୟା ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ, ମୃତ ବ୍ୟକ୍ତିଙ୍କ ପ୍ୟାଣ୍ଟ ପକେଟରୁ ଭୁବନେଶ୍ୱର ରୁ ବେଗୁନିଆ ଯାତ୍ରା କରୁଥିବା ଗୋଟିଏ ଟ୍ରେନ ଟିକେଟ ମିଳିଛି l ଯେଉଁଥିରୁ ସ୍ପଷ୍ଟ ବାରି ହେଉଛିକି, ଏହା ଏକ ରେଳ ଦୁର୍ଘଟଣା l ଉକ୍ତ ଘଟଣା ହତ୍ୟା କିମ୍ବା ଆତ୍ମହତ୍ୟା ନୁହେଁ ବରଂ ଏହା ଏକ ରେଳ ଦୁର୍ଘଟଣା ବୋଲି ତାଙ୍କ ଭାଇ ଚିନ୍ମୟ କୁମାର ସୁବୁଦ୍ଧି ସ୍ପଷ୍ଟୀକରଣ ଦେଇଛନ୍ତି l

Exit mobile version