Site icon Awaj Media

ପ୍ରତିଦିନ ପାଞ୍ଚ ଜଣ ଅସହାୟଙ୍କ ନିମନ୍ତେ ଜଳଖିଆ ବ୍ୟବସ୍ଥାର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପ୍ରତିଦିନ ପାଞ୍ଚଜଣ ଅସହାୟ ଦୁଃଖି ରଙ୍କି ଲୋକଙ୍କ ପାଇଁ ମାଗଣାରେ ସକାଳ ଜଳଖିଆ ବଣ୍ଟନ ବ୍ୟବସ୍ଥା ଆଜି ପୁରୁଣା ସହରସ୍ଥିତ “ଶିବ କ୍ୟାଣ୍ଟିନ” ଦୋକାନରେ ଶୁଭାରମ୍ଭ ହୋଇଯାଇଛି । ଜଳଖିଆ ବଣ୍ଟନ ବ୍ୟବସ୍ଥାର ଆରମ୍ଭ କରିଥିବା ଉଦ୍ୟୋଗୀ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏ ଦିଗରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ନିଜେ ବହନ କରିବେ ବୋଲି ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ଜଣକୁ ୨୦ ଟଙ୍କା ହିସାବରେ ପାଞ୍ଚ ଜଣଙ୍କୁ ଶହେ ଟଙ୍କା ଖର୍ଚ୍ଚରେ ଜଳଖିଆ ଯୋଗାଇ ଦିଆଯିବ । ଶ୍ରୀ ପଟ୍ଟନାୟକ ବଞ୍ଚିଥିବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲୁ ରଖିବେ ବୋଲି ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ବ୍ୟକ୍ତି ଯୋଗଦେଇ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପଟ୍ଟନାୟକ, କାଉନସିଲର କିଷାନ କୁମାର ଦାସ, ଲକ୍ଷ୍ମୀଧର ମହାପାତ୍ର, ନୟାଗଡ଼ ପୋୖରାଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀକାନ୍ତ ଖଟେଇ, ଡକ୍ଟର ବିଜୟ କୁମାର ଚୌଧୁରୀ, କମ୍ରେଡ ବିଶ୍ବନାଥ ମହାପାତ୍ର, ଆଇନଜୀବି ରଣଜିତ ଦାଶ, ବୃଦ୍ଧାଶ୍ରମର ସଂପାଦକ ଦାମୋଦର ସାହୁ, ସୁରେନ୍ଦ୍ର କୁମାର ମହାପାତ୍ର, ଗୋକୁଳ ଷଡ଼ଙ୍ଗୀ, ନବକିଶୋର ମିଶ୍ର, ବିଭୁତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version