Site icon Awaj Media

ଚୁକ୍ତି ଭିତ୍ତିକ କାର୍ଯ୍ୟକାଳ କୁ ମୂଳ ଚାକିରୀ ରେ ଗଣନା ପାଇଁ ଦାବିପତ୍ର ପ୍ରଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି କ୍ଷେତ୍ରରୁ ମଧ୍ୟ ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରତ୍ୟାହାର କରିବା ସହ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରାଥମିକ ଶିକ୍ଷକ ମାନେ ଦାବି କରିଛନ୍ତି । ଶନିବାର ଦିନ ବାଣପୁର ବ୍ଳକ ନୂତନ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଭୂତି ଭୂଷଣ ସ୍ୱାଇଁ ଏବଂ ସମ୍ପାଦକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ କୈାଳାସ ଚନ୍ଦ୍ର ହୋତା , ଅଟଳ ବିହାରୀ ଦାଶ , ବିମଳ ନାୟକ, ଭବାନୀ ସେଠୀ, ଶ୍ରୀକାନ୍ତ ନାୟକ, ବିଷ୍ଣୁପ୍ରିୟା ନାୟକ, ଜ୍ୟୋତିପ୍ରଭା ଦେବୀ, ସୁରେଶ ପଣ୍ଡା, ନରେଶ ପଣ୍ଡା, ରାମେଶ୍ୱର ସାହୁ, ଶୁଭମ କୁମାର ଘଡାଇଙ୍କ ସମେତ ବ୍ଳକ ଅଞ୍ଚଳରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମା’ ଭଗବତୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ବିଭିନ୍ନ ସ୍ଳୋଗାନ ମାନ ଦେଇ ବାଣପୁର ବଜାର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଚୁକ୍ତି ଭିତ୍ତିକ ବ୍ୟବସ୍ଥାର ଉଚ୍ଛେଦ କରାଯିବା ସହ ନିଯୁକ୍ତି ଦିନ ଠାରୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯିବା ସହ ତୁରନ୍ତ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯିବା ପ୍ରଭୃତି ତିନି ଦଫା ଦାବି ସମ୍ମିଳୀତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ତେବେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ ନକରିଲେ ଭବିଷ୍ୟତରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।

Exit mobile version