Site icon Awaj Media

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବାଙ୍କୀ ଶାଖା ପକ୍ଷରୁ ଧାରଣା ଓ ଦାବୀପତ୍ର ପ୍ରଦାନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବାଙ୍କୀ ଶାଖା ପକ୍ଷରୁ ଧାରଣା ଓ ଦାବୀପତ୍ର ପ୍ରଦାନ ! ମହାସଂଘର ନିଷ୍ପତ୍ତି କ୍ରମେ କଟକ ଜିଲ୍ଲା ର ପ୍ରତ୍ୟେକ ବିଇଓ ଅଫିସ ଆଗରେ ଧାରଣା ଦେଇଛନ୍ତି ଶିକ୍ଷକ ! ନୂତନ ପେନସନ ଭୁକ୍ତ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଆଜି କଟକ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରେ ଶିକ୍ଷକ ମାନଙ୍କ ପକ୍ଷରୁ 3 ଦଫା ଦାବି ସମ୍ବଳିତ ରାଲି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସରକାର ଚୁକ୍ତି ଭିତ୍ତିକ ପ୍ରଥା ଉଠାଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ହାଇସ୍କୁଲ ସ୍ତରୀୟ ଠିକା ପ୍ରଥା କୁ ଉଛେଦ କରାଯାଇଥିବା ବେଳେ ପ୍ରାଥମିକ ସ୍ତରୀୟ ଠିକା ନିଯୁକ୍ତି କୁ ଉଠାଇବା , ମୂଳ ଚାକିରୀରେ 6 ବର୍ଷ ର ଠିକା ବର୍ଷ କୁ 6 ଗୋଟି ଇଂକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ , ପୁରୁଣା ପେନସନ ପ୍ରଥା ଲାଗୁ କରିବା ଆଦି ଦାବି ନେଇ ବ୍ଲକ ସ୍ତର ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବିଇଓ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସରକାର ଏହାକୁ ନ ମାନିଲେ ଆଗାମୀ ଦିନରେ ଭୁବନେଶ୍ୱର ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ସଂଘ ତରଫରୁ ସୂଚନା ଦିଆଯାଇଛି ।

Exit mobile version