Site icon Awaj Media

ଗଙ୍ଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ସମ୍ବର୍ଦ୍ଧିତ କଲେ କେରଳ ରାଜ୍ୟପାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ରାଜ୍ୟସ୍ତରରେ ସମାଜସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୮୯ ତମ ଜୟନ୍ତୀ ଉତ୍ସବ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ କେରଳ ମହାମହିମ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ତଥା ସମ୍ବାଦ ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟିର ସଭାପତି ପଞ୍ଚାନନ କାନୁନ୍‌ଗୋଙ୍କ ଉପସ୍ଥିତିରେ ଏକ ବର୍ଣ୍ଣାଢ୍ୟ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଥିଲା ! ଏଥିରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ସମାଜ ସେବା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ, ହରିବନ୍ଧୁ କାର୍ଯୀ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ବିବାଦୀୟ ବିଛିନ୍ନ ଅଞ୍ଚଳରେ ଜନସେବା ରେ ନିଜକୁ ନିୟୋଜିତ କରିପାରି ଆଜି ଯାଏଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମରେ ବିକାଶର ଧାରାକୁ ତ୍ୱରାନ୍ୱିତ କରି ଚାଲିଛନ୍ତି । ଲୋକପ୍ରିୟତା ଯୋଗୁଁ ସେ ଗଙ୍ଗାବାଡ ପଞ୍ଚାୟତର ତିନି ତିନି ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଏହି ଲୋକପ୍ରିୟତା ପାଇଁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହୋଇଥିବାରୁ ଅଞ୍ଚଳବାସୀଙ୍କ ସହ ବରିଷ୍ଠ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଆଦର୍ଶ ଦାସ, ବିବେକାନନ୍ଦ ବେହେରା, ରୁପେଶ ସାହୁ, ବାସୁଦେବ ଦାଶ ପ୍ରମୁଖଙ୍କ ସହ ଜିଲ୍ଲାର ସାମ୍ବାଦିକ ମାନେ ଶ୍ରୀ କାର୍ଯୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version