ଗଜପତି ଉତ୍ସବ – ୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ !!!

0
273

67 total views , 1 views today

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଉତ୍ସବ – ୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍ମରଣିକା ଉପଯୋଗୀ ଗଜପତିର ସାରସ୍ଵତ ,ସାଂସ୍କୃତିକ,ଐତିହ୍ୟ, ଶିଳ୍ପକଳା , ଭାସ୍କର୍ଯ୍ୟ , ଲୋକ କଥା, ଲୋକ ନୃତ୍ୟ , ଗୀତ, ବିଲୁପ୍ତ ଓ ପ୍ରଚଳିତ ହସ୍ତ କଳା, ପର୍ଯ୍ୟଟନସ୍ଥଳୀ, ପ୍ରାକୃତିକ ବିଭବ, ଅନାଲୋଚିତ ପ୍ରତିଭା, ଦିବଙ୍ଗତ ଓ ଆୟୁଷ୍ପlନ ପ୍ରତିଭାଧର ମାନଙ୍କର ସମ୍ପର୍କିତ ଲେଖା ପ୍ରଭୃତି ଆସନ୍ତା ମାସ ତା.୦୫.୧୨.୨୨ରିଖ ସୁଦ୍ଧା ସ୍ମରଣିକା କମିଟିରେ ପହଞ୍ଚିବା ଜରୁରୀ । ନିର୍ଦ୍ଧାରିତ ସମୟ ପରେ ଲେଖା ଗ୍ରହଣ କରାଯିବ ନାହିଁ । ଲେଖକ ଲେଖିକାଙ୍କୁ ଅନୁରୋଧ ଲେଖା ଗୁଡ଼ିକର ମୌଳିକତା ପ୍ରତି ଧ୍ୟାନ ଦେବେ । ଓଡ଼ିଆ ଏବଂଲେଖା ଇଂରାଜୀରେ ଗ୍ରହଣୀୟ । ବୈଠକରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଡେପୁଟି କଲେକ୍ଟର କିରଣ କୁମାର ମହାନ୍ତି , ଡ. ବିଧୂତ ମିଶ୍ର, ବିନୋଦ ଚନ୍ଦ୍ର ଜେନା, ଡ.ଅଜୟ ତ୍ରିପାଠୀ, ଡ.କଲ୍ୟାଣୀ ମିଶ୍ର, ଡ.ଚନ୍ଦ୍ର ଶେଖର ଦାସ ଯୋଗଦାନ କରିଥିଲେ । ଚଳିତ ୨୩.୧୧.୨୨ ସଂଧ୍ୟା ୫.୩୦ ଠାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ କମିଟିର ସଦସ୍ୟ ଗଣ ଯୋଗଦାନ କରି ଲେଖା ଗୁଡ଼ିକର ନିର୍ବାଚନ ଓ ସଂଶୋଧନ କରିବା ପାଇଁ ଏକାଠି ହେବେ । ଶେଷରେ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here