Site icon Awaj Media

ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଗୃପ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରି ଅର୍ଚ୍ଚନା ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଯୁବ ମଞ୍ଚ ଅଭିନେତା ଆଦର୍ଶ ଦାସ ଉପସ୍ଥିତ ଥିଲେ । ବିଶେଷ କରି ଆଧୁନିକ ନୃତ୍ୟରେ କନିଷ୍ଠ ବିଭାଗ, ଯୁବ ବିଭାଗ, ବରିଷ୍ଠ ବିଭାଗ, ମହିଳା ବିଭାଗରେ ଏକକ, ଦ୍ବୈତ୍ୟ ଓ ଦଳଗତ ଭାବେ ପ୍ରାୟ ୧୨୦ ଜଣ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଗଜପତି, ଗଞ୍ଜାମ , ରାୟଗଡ଼ା, ନବରଙ୍ଗପୁର, କେଉଁଝର, ଭବାନୀପାଟଣା ଆଦି ଜିଲ୍ଲାରୁ ଦଳଗତ ଭାଗ ନେଇଥିବା ବେଳେ ଅନେକ ସ୍ଥାନୀୟ କଳାକର ଏକକ ପ୍ରତିଯୋଗୀତାରେ ଯୋଗ ଦେଇଥିଲେ । ନିରପେକ୍ଷ ଓ ସଠିକ ବିଚାର ପାଇଁ କଟକରୁ ଏ. ରାଜେଶ୍ କୁମାର , ଭୁବନେଶ୍ବରରୁ ପ୍ରୀତିଲତା ରାଓ, ବ୍ରହ୍ମପୁର ର ଆପନ୍ନା ମହାରଣା ପରି ନୃତ୍ୟ ବିଶାରଦ ମାନେ ବିଚାରକ ଭାବେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିଲେ । ଏହି ପ୍ରତିଯୋଗୀତାରେ ଯେଉଁ ମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେହି ଦଳ ଓ କଳାକାର ମାନେ ଆଗାମୀ ରବିବାର ୨୭ ତାରିଖରେ ହେବାକୁ ଥିବା ମିରାକଲ ନାଇଟ ୨୦୨୨ ରେ ପୁରସ୍କୃତ ହେବା ସହ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Exit mobile version