Site icon Awaj Media

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ ବ୍ଲକ ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଡାକରାରେ ଓଡ଼ିଶାର ସମସ୍ତ ବ୍ଲକରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସୁକିନ୍ଦା ବ୍ଲକ ଶାଖା ପକ୍ଷରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଶନିବାର ଦିନ ଏକ ରାଲିରେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରୁ ବାହାରି ଅତିରିକ୍ତ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଗୋବର୍ଦ୍ଧନ ପ୍ରଧାନ ଓ ବ୍ଲକ ବିଡ଼ିଓ ତାପସ କୁମାର ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଚାକିରୀ କାଳର ଛ ବର୍ଷ ଠିକା ନିଯୁକ୍ତି ସମୟକୁ ଚାକିରୀ କାଳରେ ଗଣନା କରିବା , କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ସ୍କିମରେ ଅନ୍ତର୍ଭୁକ୍ତ କରିବା ଭଳି ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୨୫ ତାରିଖ ମଧ୍ୟରେ ଦାବୀ ପୁରଣ କରାନଗଲେ ୨୭ ତାରିଖରେ ଭୁବନେଶ୍ବର ବିଧାନସଭା ସମୁଖରେ ଧାରଣା ଦେବାକୁ ସ୍ଥିର ହୋଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି ।

Exit mobile version