Site icon Awaj Media

ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବୀ ପତ୍ର ପ୍ରଦାନ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(NPS) ଓଡ଼ିଶା ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ(NPS)ଙ୍କ ଆହ୍ୱାନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ (NPS) ସମ୍ମିଳିତ ହୋଇ ସରକାରଙ୍କ ଉଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, 5T ସଚିବ, ଶିକ୍ଷା କମିଶନର ତଥା ସଚିବଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଉକ୍ତ ଦାବିଗୁଡିକ ମଧ୍ୟରେ ଚୁକ୍ତି ପ୍ରଥା ଉଛେଦ ସହ ୨୦୦୧ ମସିହାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ (NPS)ଙ୍କୁ ୬ଟି ଜାତୀୟ ମହଙ୍ଗା ଭତ୍ତା ଦେବା ସହ ୬ ବର୍ଷ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା @୩୫୪୦୦ ପ୍ରଦାନ କରିବା, ପୁରାତନ ପେନସନ ଯୋଜନା ଲାଗୁ କରିବା ଇତ୍ୟାଦି ରହିଛି l ଏହି ଦାବୀ ଗୁଡିକ ସରକାର ଯଥା ଶୀଘ୍ର ବିଚାର ନ କରନ୍ତି, ତେବେ ଚଳିତ ମାସ ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ପିଏମଜି ଛକ ରାଜରାସ୍ତାରେ ସାମୂହିକ ଆନ୍ଦୋଳନ କରାଯିଵା ପାଇଁ ନିଷ୍ପତ୍ତି ନିଆଗଲା l ଯଦି ସରକାର ପୁନଃ ବୈମାତୃକ ମନୋଭାବ ପୋଷଣ କରି କୋଠର ହୋଇ ପ୍ରାଥମିକ ଶିକ୍ଷକଙ୍କୁ ତାଙ୍କ ହକ ନ ଦିଅନ୍ତି ତେବେ ସାମୂହିକ ଭାବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଗଲା l ଏହି ସମସ୍ତ ସ୍ତିରୀକୃତ କାର୍ଯ୍ୟ ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପଦ୍ମଚରଣ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜନ ହୋଇଥିଲା l ଏହି ସମୟରେ ବ୍ଲକ ପ୍ରାଥମିକ ସଂଘର ସମ୍ପାଦକ ଚନ୍ଦ୍ରଭାନୁ ଭୋଇ, ଉପସଭାପତି ନୀଳାଚଳ ସାହାଣୀ, ସାଙ୍ଗଠନିକ ସମ୍ପାଦକ ଉତ୍କଳ କେଶରୀ ବିବାର ଏବଂ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ରାଜକିଶୋର ଦିଗାଲ, ସୁରେଶ କୁମାର ଦାସ, ରବୀନ୍ଦ୍ର ରାଉଳ, ଆଦିତ୍ୟ ପ୍ରସନ୍ନ ବେହେରା, ଲାବଣ୍ୟ ନାୟକ, ସନାତନ ପରିଛା, ସଂଜୀବ କୁମାର ବିନ୍ଧାଣି, ଭଗବତୀ ଦେଇ, ଗାୟତ୍ରୀ ବେହେରା ଏବଂ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ l

Exit mobile version