Site icon Awaj Media

ନୟାଗଡ଼ ସାହିତ୍ୟ ମହାକୁମ୍ଭ ଉଦଯାପିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ୨ ଦିନ ବ୍ୟାପି ଅନୁଷ୍ଠିତ ନୟାଗଡ଼ ସାହିତ୍ୟ ମହାକୁମ୍ଭ ଆଜି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅତିଥିଭାବେ ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଗାଳ୍ପିକ ସୁରେଶ ଛୋଟରାୟ, କଥାକାର ତପନ ମହାପାତ୍ର, ଯୁବ କଥାକାର/ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା, ହାଡ଼ିବନ୍ଧୁ ମହାକୁଢ଼, ଡ.ଅଶୁତୋଷ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଅଶୋକ ମଲ୍ଲ, ଗୋଦାବରିଶ ମିଶ୍ର, ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦାନ କରି ଗଳ୍ପ ଓ କବିତା କାହିଁକି ଓ କିପରି ଲେଖା ଯାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ ଦରବାର କାର୍ଯକ୍ରମରେ ଅତିଥିଭାବେ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅପରାହଣରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ମହାକୁମ୍ଭର ଦ୍ବିତୀୟ ଦିବସରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ପରମ୍ପରା ସାହିତ୍ୟାନୁଷ୍ଠାର ସଭାପତି ଡ.ସୁକାନ୍ତି ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ସାହିତ୍ୟ ମହାକୁମ୍ଭରେ ସମ୍ପାଦକ କବି ନିର୍ମଳଚନ୍ଦ୍ର ଶୂରଦେଓ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ୨୯ ଜଣ ପ୍ରତିଭା ଙ୍କୁ ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version