Site icon Awaj Media

ବିଶ୍ୱ ମତ୍ସ୍ୟ ଦିବସ ପାଳିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ବିଶ୍ୱ ମତ୍ସ୍ୟ ଦିବସ – ୨୦୨୨ , ଜଳଛାୟା ବିଭାଗ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସରସ୍ୱମତୀ ମାଝୀ ଅଧ୍ୟକ୍ଷା ଜିଲ୍ଲା ପରିଷଦ ରାୟଗଡା , ସମ୍ମାନୀତ ଅତିଥି ଭାବେ ମକରନ୍ଦ ମୁଦୁଲି , ବିଧାୟକ ରାୟଗଡା , ମୁଖ୍ୟବକ୍ତା ଭାବେ ସୋମନାଥ ପ୍ରଧାନ ଓ ଧରମାନନ୍ଦ ବେହେରା , ଅତିରିକ୍ତ ଜିଲ୍ଲାପାଳ ଯୋଗଦାନ କରିଥିଲେ । ମାନ୍ୟବର ବିଧାୟକ ରାୟଗଡା , ନିଜର ଅଭିଭାଷଣରେ ମତ୍ସ୍ୟ ଗ୍ଭଷୀଙ୍କର ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ନିମନ୍ତେ ମତ୍ସ୍ୟ ବିଭାଗ ଦ୍ୱାରା ତାଲିମ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ ଏବଂ ଗ୍ରାମପଞ୍ଚାୟତ ପୋଖରୀକୁ ଦୀର୍ଘ ମିଆଦି ସୂତ୍ରରେ ଲିଜ୍‍ ନେଇ ମାଛ ଗ୍ଭଷ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନଙ୍କୁ ଅନ୍ୟାନ୍ୟ ଆନୁଷଙ୍ଗିକ କୃଷି ଯଥା କୁକୁଡା ପାଳନ, ଗୋପାଳନ, ଫୁଲ ଓ ପନିପରିବା ଗ୍ଭଷ ଇତ୍ୟାଦିରେ ମନୋନିବେଶ କରି ସ୍ୱାବଲମ୍ୱି ହେବା ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ହାଡିବନ୍ଧୁ ଭୋଇ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ, ପତିତପାବନ ସାମନ୍ତରାୟ, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ, ଶ୍ରୀମତୀ ଚୁଳକାନ୍ତି ତାଜନ , ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଏବଂ ଜିଲ୍ଲାର ୧୧ ଟି ବ୍ଲକ୍‍ର ସହକାରୀ ମତ୍ସ୍ୟ ଅଧିକାରୀ ଓ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ମାନେ ଉପସ୍ଥିତ ରହି ସଭାରେ ଅଂଶ ଗ୍ରହଣ କରିଥିବା ରାୟଗଡା ଜିଲ୍ଲାର ୧୧ ଗୋଟି ବ୍ଲକ୍‍ର ମତ୍ସ୍ୟ ଗ୍ଭଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା, ମତ୍ସ୍ୟ ସମବାୟ ସମିତିର ସଦସ୍ୟ, ମତ୍ସ୍ୟ ବ୍ୟବସାୟୀ ଓ ମାଛ ଗ୍ଭଷ ସହ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ପରିଶେଷରେ ଗ୍ଭଷୀ ଭାଇ ଓ ଭଉଣୀ ମାନଙ୍କର ସମସ୍ୟାର ଆଲୋଚନା ହେବା ସହ, ଏହାର ସମାଧାନ ମଧ୍ୟ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତ ଗ୍ଭଷୀ ଭାଇ ଓ ଭଉଣୀ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା ।

Exit mobile version