ବାଣପୁର ମା’ ଭଗବତୀ ମନ୍ଦିର ଦର୍ଶନ କରି ଉନ୍ନୟନ ପ୍ରକଳ୍ପକୁ ନେଇ ଆଲୋଚନା କଲେ ୫ ଟି ସଚିବ ଭି କେ ପାଣ୍ଡିଆନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା ଭଗବତୀଙ୍କର ପୀଠକୁ ପ୍ରତ୍ୟୁଷରୁ ଆସି ପହଞ୍ଚିଥିଲେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ ଓ ସାଙ୍ଗରେ ଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ମହୋଦୟ । ମନ୍ଦିର ମୁଖ୍ୟଦ୍ଵାର ନିକରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ମା ଭଗବତୀଙ୍କ ସେବକ ଓ ନିଯୋଗ ! ଏଣ୍ଡଉମେଣ୍ଟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ , ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ନଗରପାଳ ମିଟୁ ନାୟକ ପ୍ରମୁଖ ସଚିବ ଓ ଜିଲ୍ଲାପାଳଙ୍କୁ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ପୁରାତନ ସଂସ୍କୃତି ଅନୁସାରେ ଅବସ୍ଥିତ ବାଣପୁର ପରିବେଶ ଓ ମା ଭଗବତୀଙ୍କର ବିଜେସ୍ଥଳୀ ରେ ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବେଶ ଭିଡ଼ ପରିଲକ୍ଷିତ ହେଉଅଛି । ତେଣୁ ବର୍ତ୍ତମାନର ଜନସଂଖ୍ୟା ଦୃଷ୍ଟିରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ନୂତନ ପ୍ଲାନ୍ ଓ ୧୨ ଦଫା ଦାବି ସମ୍ବଳିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିଲା । ଆଜି ସଚିବ ସେ ସବୁକୁ ମନ୍ଦିର ସେବାୟତ , ନିଯୋଗ, ଏଣ୍ଡଉମେଣ୍ଟ,ଓ ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କ ମତାମତ ନେବା ପାଇଁ ଜିଲ୍ଲାପାଳ ଙ୍କୁ କହିଛନ୍ତି । ନୂତନ ପ୍ଲାନ୍ ନକ୍ସା ଅନୁସାରେ ସଚିବ ସମସ୍ତ ସ୍ଥାନ ବୁଲି ଦେଖିଥିଲେ ।

ତେବେ ଜିଲ୍ଲାପାଳଙ୍କ ରିପୋର୍ଟ ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରି ମା ଭଗବତୀଙ୍କର ପିଠସ୍ଥଳୀ ଓ ସଂପୃକ୍ତ ବାଣପୁର ଅଞ୍ଚଳର ବସ ପାର୍କିଂ,ରାସ୍ତା ପ୍ରଶସ୍ତିକରଣ, ଶ୍ରୀ ଶ୍ରୀ ଦକ୍ଷ ପ୍ରଜାପତି ମନ୍ଦିରର ପୁନଃରଦ୍ଧାର , ମନ୍ଦିର ପରିସରରେ ଭୋଜନାଳୟ, ଯାତ୍ରୀ ବିଶ୍ରାମାଗାର, କଲ୍ୟାଣ ମଣ୍ଡପ, ମେଘନାଦ ପାଚେରୀ ତଥା ପ୍ରାଚୀର ପ୍ରଶସ୍ତିକରଣ, ଜବରଦଖଲ ହୋଇଥିବା ମା ଭଗବତୀଙ୍କର ଜମି ଜାଗା ରୁ ଉଚ୍ଛେଦ ଇତ୍ୟାଦି ପ୍ରଦାନ କରାଯାଇ ଥିବା ୧୨ ଦଫା ଦାବି କୁ କାର୍ଯ୍ୟକାରୀ କରିବାକୁ ସଚିବ ପ୍ରତିଶୃତି ଦେବା ସହିତ କାର୍ଯ୍ୟର ପ୍ରଗତି ପାଇଁ ଜିଲ୍ଲାପାଳ ମହୋଦୟଙ୍କୁ ଦାୟିତ୍ୱ ପ୍ରଦାନ କରିଥିବାର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି । ପାଣ୍ଡିଆନଙ୍କ ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *