Site icon Awaj Media

ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଚେସ ପ୍ରତିଯୋଗିତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ପ୍ରଥମ ଥର ପାଇଁଁ ଆନ୍ତଃ ସ୍କୁଲ ଚେସ୍ ପ୍ରତିଯୋଗତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରତିଯୋଗୀତା କୁ ଜ୍ୟୋତିର୍ବିଦ ଶ୍ରୀପତି ମିଶ୍ର ଉଦ୍‌ଘାଟନ କରିଥିବା ବେଳେ , ମୁଖ୍ୟ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ l ଏହି ଚେସ ପ୍ରତିଯୋଗିତାକୁ ସ୍କୁଲ ର ନିର୍ଦ୍ଦେଶକ ଡ଼କ୍ଟର ଶକ୍ତି ପ୍ରସାଦ ମହାନ୍ତି , ବିଦ୍ୟାଳୟର ପ୍ରିନ୍ସିପାଲ ରବି ନାରାୟଣ ହୋତା ପରିଚଳାନା କରିଥିବା ବେଳେ , ପ୍ରବୋଧ କୁମାର ମିଶ୍ର ପ୍ରତିଯୋଗିତl ର ମୁଖ୍ୟ ଆରବିଟର ଭାବେ ଯୋଗ ଦେଇଥିଲେ l ସର୍ବଶେଷ ରେ ପିଲାମାନଙ୍କୁ ଚେସ୍ ଖେଳ ଉପରେ କିଛି ଶିକ୍ଷା ଦେଇ ଭବିଷ୍ୟତ ପାଇ ସେ ପ୍ରଶିକ୍ଷଣର ବ୍ୟାବସ୍ଥା କରିବେ ବୋଲି କହିଥିଲେ । ଏହି ଚେସ ପ୍ରତିଯୋଗୀତା ପାଇଁ ମୋଟ ସାତ ଟି ସ୍କୁଲ ଭାଗ ନେଇଥିଲେ l ସେଥିମଧ୍ୟରୁ ଟାଙ୍ଗୀ ମାଉଣ୍ଟଲିଟରା ସ୍କୁଲ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ , ବାଣପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ତୃତୀୟ ଓ ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ଚତୁର୍ଥ ସ୍ଥାନ ଅଧିକାର କରିଥିଲେ ।

Exit mobile version