ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଆଦିବାସୀ ଜନ ନାୟକ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୪ ତମ ଜୟନ୍ତୀକୁ ରାୟଗଡା ଜିଲ୍ଳା ପ୍ରଶାସନ ଦ୍ୱାରା ପାଳନ କରାଯାଇଛି ! ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ରାୟଗଡା ସହରର ଶାସ୍ତ୍ରୀ ନଗର ଛକ ଠାରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝି, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ, ପିଏ- ଆଇଟିଡିଏ ପଦ୍ମଚରଣ ନାୟକ, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସଶ୍ମିତା ବାଉରୀ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦଚନ୍ଦ୍ର ପଣ୍ଡା, ଜଳନ୍ଧର ପୁଶିକା, ଜଗନ୍ନାଥ ପ୍ରସାଦ ରାଇଗୁରୁ, ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସମେତ ଶାସ୍ତ୍ରୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆରଏସଇଡବ୍ଳ୍ୟୁସି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ !
ସ୍ୱାଧୀନତା ସଂଗ୍ରାମୀ ବୀରପୁତ୍ର ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧଞ୍ଜଳୀ ପ୍ରଦାନ କରାଯାଇ ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଜୟନ୍ତୀ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଶର୍ମା ପୁରସ୍କାର ବିତରଣ କରିଥିଲେ । ସେହିପରି ବାସସେଫ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ କରାଯାଇ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା ।

