Site icon Awaj Media

ସେଞ୍ଚୁରିୟାନ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଭୌଗଳିକ ସୂଚନା ପ୍ରଣାଳୀ ଦିବସ 2022 ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିୟାନ ବୈଷୟିକ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଦ୍ୱିତୀୟ ଆନ୍ତଃର୍ଜାତୀୟ ଭୌଗଳିକ ସୂଚନା ପ୍ରଣାଳୀ ଦିବସ 2022 ହଇବ୍ରିଡ଼ ପୋଷ୍ଟର ଉପସ୍ଥାପନ ସିଭିଲ ଇଂଜିନିୟରିଂ ବିଭାଗ ଏବଂ ସେଣ୍ଟର ଫର ଡାଟା ସାଇନ ଦ୍ଵାରା 17 ନଭେମ୍ବର 2022 ରେ ଆୟୋଜିତ ହୋଇଥିଲା।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବର୍ଷ ଭାରତର 63 ଟି ଅନୁଷ୍ଠାନ ମଧ୍ୟରୁ ଓଡ଼ିଶାର ସେଞ୍ଚୁରିୟାନ ବୈଷୟିକ ବିଶ୍ୱବିଦ୍ୟାଳୟ ଏକମାତ୍ର ବିଶ୍ୱ ବିଦ୍ୟାଳୟ ଯାହା ଦ୍ୱାରା ଅନ୍ତର୍ଜାତୀୟ ଭୌଗଳିକ ସୂଚନା ପ୍ରଣାଳୀ ଦିବସ ପାଳନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଜଳ ଉତ୍ସ ପରିଚାଳନା, ସହରୀ ଯୋଜନା, ପରିବେଶ ପରିଚାଳନା, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିଛବି ପ୍ରକ୍ରିୟାକରଣ ପାଇଁ ଭୌଗଳିକ ସୂଚନା ପ୍ରଣାଳୀ, ଆର୍ଟି ଫିସିଆଲ ଇଣ୍ଟେରିଜେନ୍ସ ଓ ମେସିନ ଲନିଂ ପ୍ରୟୋଗକୁ ବୈଷୟିକ ଆଲୋଚନା ଏବଂ ପୋଷ୍ଟର ଉପସ୍ଥାପନା କରାଯାଇଥିଲା।ସମସ୍ତ ବିଶ୍ୱରେ ପ୍ରାୟ ତିନି ଶହରୁ ଅଧିକ ଅଂଶ ଗ୍ରହଣ କରିଥିଲେ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରୁ ସମୁଦାୟ 302ଟି ପଞ୍ଜିକରଣ ପ୍ରାପ୍ତ ହୋଇ ଥିଲା। ଏବଂ ସେମାନଙ୍କ ମଧ୍ୟରୁ 104 ଟି ବିସ୍ତୃତ ହାଇବ୍ରିଡ଼ ପୋଷ୍ଟର ଉପସ୍ଥାପନା ପାଇଁ ଚୟନ କରାଯାଇଥିଲା।କାର୍ଯ୍ୟକ୍ରମଟି ପ୍ରଫେସର ଶୋଭନ ସଂକଳ୍ପଙ୍କ ସ୍ୱାଗତ ସମ୍ଭାଷଣ ଏବଂ ସଂଯୋଜକ ତଥା ସିଭିଲ ଇଂଜିନିୟର ବିଭାଗର ମୁଖ୍ୟ ଡକ୍ଟର ପ୍ରଫୁଲ୍ଲ ପଣ୍ଡାଙ୍କ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଏବଂ ମହାନତା ଜ୍ଞାପନ ସହିତ ଉଦଘାଟିତ ହୋଇଥିଲା।ମଞ୍ଚାସିନ ଅତିଥି ଭାବରେ ଉପ ସଭାପତି ପ୍ରଫେସର ଡି ଏନ ରାଓ, ରେଜିଷ୍ଟ।ର ଡକ୍ଟର ଅନିତା ପାତ୍ର, ଡୀନ ଏସ ଓ ଇ ଟି ଡକ୍ଟର ଆଶିଷ ରଞ୍ଜନ ଦାଶ,ମୁଖ୍ୟ ଅତିଥି ପ୍ରଫେସର ଆଇ ଭି ମୁରଲୀ କ୍ରୀଷ୍ଣ।, ଡକ୍ଟର ଏମ୍ ଏଲ ନରସିଂହମ ଏବଂ ସିଭିଲ ଇଂଜିନିୟର ବିଭାଗର ମୁଖ୍ୟ ଡକ୍ଟର ପ୍ରଫୁଲ୍ଲ ପଣ୍ଡା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଫେସର ଆଇ ଭି ମୁରଲୀ କ୍ରୀଷ୍ଣ। ମୁଖ୍ୟ ଅତିଥି ଏବଂ ପ୍ରଫେସର ଏସ ଏସ ରାମାସ୍ୱାମୀ ସମ୍ମାନୀତ ଅତିଥି ରୂପେ ଉଭୟ ଅଫ ଲାଇନ ଏବଂ ଅନ ଲାଇନ ମାଧ୍ୟମରେ ଯୋଗ ଦେଇଥିଲେ।ଏଥି ସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଆଇ ଭି ମୁରଲୀ କ୍ରୀଷ୍ଣ। ଡିଭିଜନ ଚିନ୍ତାଧାରା ଏବଂ ଏ ଆଇ କୁ ଅନ୍ତର୍ଜାତୀୟ ଭୌଗଳିକ ସୂଚନା ପ୍ରଣାଳୀ ଟେକ୍ନୋଲୋଜି ରେ ଏକୀକୃତ କରିବା ଏବଂ ପ୍ରଫେସର ଏସ ଏମ୍ ରାମାସାମୀ ଜିଓ ସାଇନ୍ସର କଟିଙ୍ଗ ଏଜ ଅଞ୍ଚଳରେ ଅନ୍ତର୍ଜାତୀୟ ଭୌଗଳିକ ସୂଚନା ପ୍ରଣାଳୀର ଗୁଣ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ।ଆଉ ମଧ୍ୟ ଆନ୍ଧ୍ରପ୍ରଦେଶ ଅନ୍ତରୀକ୍ଷ ପ୍ରୟୋଗ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଏ କେ କାନୁନଗୋ ୟୁ ଏ ଭି ରିମୋଟ ସେକ୍ସି ସିନୋପିକ ଏବଂ ସଠିକ ଇମେଜିଙ୍ଗର ଭବିଷ୍ୟତ ଏବଂ ପ୍ରଫେସର ଏମ୍ ଏଲ ନରସିଂହମ ଜଳ ସମ୍ପଦ ଇଂଜିନିୟରିଂରେ ବିଭିନ୍ନ ମାନ ଦଣ୍ଡ ନିର୍ଣ୍ଣୟ ମଡେଲ ଗୁଡିକର ପ୍ରୟୋଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ୟୁ ଏସ ଏ ରଶ୍ମୀ ର ଶିକ୍ଷା ପରିଚାଳନା ଜୀ ଜୋସେଫ,ଜେରସ୍କି ଏବଂ ଜୀ ଆଇ ଏସ ପରାମର୍ଶ ଦାତା ମୟୂରୀ ଭଟାଚାର୍ଯ୍ୟ ଯଥାକ୍ରମେ ଜୀ ଆଇ ଏସ ର ସମ୍ଭାବନା ଛାତ୍ର ତଥା ଅଧ୍ୟାପକ ମାନଙ୍କ ବୃତ୍ତି ର ସୁଯୋଗ ଏବଂ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ସମାଜକୁ ଏକ ମହତ ବାର୍ତ୍ତା ଦେଇଥିଲେ। ଯାହା ସ୍ଥାନୀୟ ସମାଜର ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଆମ ସମାଜରେ ଏସ ଡି ଆଇ ଏସ କେବିତ ବାତାବରଣ ଗଠନ କରିବ।ଏପରି ଏକ ନିଆରା ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସେଞ୍ଚୁ ରିୟାନ ବିଶ୍ୱ ବିଦ୍ୟାଳୟ ର ସଭାପତି ପ୍ରଫେସର ଡକ୍ଟର ମୁକ୍ତି କାନ୍ତ ମିଶ୍ର,ଉପ ସଭାପତି ପ୍ରଫେସର ଡି ଏନ ରାଓ ଏବଂ କୂଳ ପତି ପ୍ରଫେସର ଡକ୍ଟର ସୁପ୍ରିୟା ପଟ୍ଟନାୟକ ଆୟୋଜକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।ଏତଦଵ୍ୟତୀତ ସାରା ଭାରତ ବର୍ଷର ବୈଜ୍ଞାନିକ,ବିଶିଷ୍ଟ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନେ ଏହି ମହନୀୟ ଗୁଣାତ୍ମକ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ ସହଯୋଗୀ ମାନଙ୍କର ପ୍ରୟାସକୁ ଭୁୟସ ପ୍ରଶଂସା କରିଥିଲେ।ପରିଶେଷରେ ଡକ୍ଟର ନମନ କୁମାର ବାରିକ ସମ୍ମାନିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version