ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର କୃଷି ଅଧିକାରୀ ଅଜୟ କର ,ବାଣପୁର ବ୍ଲକର ୧୭ ଗୋଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ୪୩ ଜଣ ଚାଷିଙ୍କୁ ନେଇ ଜୈବିକ କୃଷି ତାଲିମ ପାଇଁ ସକାଳୁ ଏକ ବସରେ ବାହାରି ପ୍ରଥମେ ରଣପୁରଠାରେ ଏକ ଉଦ୍ୟାନ କୃଷି ଫାର୍ମ , ତାପରେ ନୟାଗଡ ସ୍ଥିତ ଡ୍ରାଗନ ଫାର୍ମରେ ବିଭିନ୍ନ ପ୍ରକାରର ଫଳ ଚାଷ ପରିଦର୍ଶନ କରିଥିଲେ । ପରେ ନୟାଗଡ ଜିଲାର ରୋହିବାଙ୍କର ‘ସମ୍ଭବ’ ଫାର୍ମକୁ ଯାଇଥିଲେ । ଯାହା ଆମକୁ ଅସମ୍ଭବ, ତାହା କିନ୍ତୁ ସେଠାରେ ସମ୍ଭବ ହୋଇଛି । ତେଣୁ ଏହି ଅନୁଷ୍ଠାନର ନାମ ସମ୍ଭବ ହୋଇଛି । ଅନୁଷ୍ଠାନର ସଂପାଦିକା ସାବରମତୀ ଜଣେ ପଦ୍ମଶ୍ରୀ ପୁରଷ୍କାର ପ୍ରାପ୍ତ । ୯୦ଏକର ଜମିରେ ଏହି ସମ୍ଭବ ଫାର୍ମ । ଏଠି ୫୬୦ ପ୍ରଜାତିର ଧାନ ୭୧ ପ୍ରଜାତିର ଆମ୍ବ ଠାରୁ ଆରମ୍ଭ କରି ବିଭିନ୍ନ ଔଷଧିୟ ବୃକ୍ଷ ଗୁଳ୍ମ , ପନି ପରିବା ସମସ୍ତ ଚାଷ ଜୈବିକ ପ୍ରଣାଳୀରେ ଚାଷ ହୋଇପାରିଛି । ତେଣୁ ରାସାୟିନକ ସାର ଓ କୀଟ ନାଶକ ବ୍ୟବହାର ହୁଏନାହିଁ । ଫାର୍ମଟି ଏକ ମନ ମୁଗ୍ଧକର ପରିବେଶ । ସେଠାରେ ୪୩ ଜଣ ଚାଷିଙ୍କୁ ବିନା ରାସାୟିନିକ ପଦ୍ଧତିରେ ଜୈବିକ ପଦ୍ଧତିରେ ସମସ୍ତ ଚାଷ ହୋଇପାରିବ ଓ ରାସାୟିନିକ ଦ୍ରବ୍ୟ ବ୍ୟବହାରରେ ଆମ ଶରୀରରେ କିପରି ରୋଗ ସୃଷ୍ଟି ହୁଏ ତାହାର ସମସ୍ତ କଥା ଆଲୋଚନା କରିଥିଲେ । ସମସ୍ତ ଆଲୋଚନା ପରେ ଚାଷି ମାନେ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ବାଣପୁର କୃଷି ଅଧିକାରୀ ଅଜୟ କର, ଆତ୍ମାର ସଭାପତି କୁମାର ସ୍ୱାଗତ ବଲ୍ଲଭ ମହାରଥାଙ୍କ ସହଯୋଗରେ ଏହି ନୂତନ ଜ୍ଞାନ କୌଶଳ ଆହରଣ କରିଥିବାରୁ ଦୁଇ ପଦାଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା, ମିଶନ ଶକ୍ତିର ରଶ୍ମିତା ଇନ୍ଦ୍ରଜିତ ଦଳେଇ, ବାଣପୁର ବ୍ଲକର ମତ୍ସ ବିଭାଗ ଅଧିକାରୀ ଏବଂ କୃଷକ ସାଥୀ ଉପସ୍ଥିତ ଥିଲେ ।
ବାଣପୁର କୃଷି ଅଧିକାରୀଙ୍କ ଭ୍ରାମ୍ୟମାଣ ତାଲିମ !!!

