ଚିଲିକା ପଥରକଟା ଗ୍ରାମରେ ଅଘଟଣ : ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ଗ୍ରାମ ପଞ୍ଚାୟତର ପଥରକଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସିଲିଂ ଫ୍ୟାନ ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ ! ଗ୍ରାମର ନୀଳକଣ୍ଠ ଭୋଳଙ୍କ ବିବାହିତା କନ୍ୟା ବାପାଙ୍କ ଘରେ ରହୁଥିଲେ । ଜ୍ବାଇଁ ବିଦେଶରେ କାର୍ଯ୍ୟ କରିବା ପାଇଁ ବାହାରେ ରହୁଥିବାରୁ କମ୍ ଦିନ ତଳେ ବିବାହ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଝିଅ ଶାଶୁ ଘରେ ନ ରହି ବାପ ଘରେ ଆସି ରହୁଥିଲା । ତେବେ କୌଣସି କାରଣବଶତଃ ଘର ଭିତରେ ସିଲିଂ ଫ୍ୟାନରେ ଝୁଲି ପଡିଥିବାର ଗତକାଲି ପ୍ରତ୍ୟୁଷରୁ ଜଣାପଡିଥିଲା । ନାଚୁଣୀ ଫାଣ୍ଡି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଛେଦ କରିବା ପାଇଁ ବାଣପୁର ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଛି ଏବଂ ଅଧିକ ତଦନ୍ତ ଜାରି ରଖି ଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *