Site icon Awaj Media

ପାରଳା ରେ ଭାଜପାର କାର୍ଯ୍ୟକର୍ତ୍ତା ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଦାଣ୍ଡ ସାହି ଠାରେ ଥିବା ବିଶ୍ୱ କଲ୍ୟାଣ ମଣ୍ଡପ ପରିସରରେ ପାରଳା ଭାଜପା ର କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି ! ନଗର ଭାଜପା ସଭାପତି ଟି.ବସନ୍ତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଭାଜପା ସଭାପତି ତଥା ବିଧାୟକ କେ ନାରାୟଣ ରାଓ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ଵର ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣୀମା ସାହୁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର, ପୌର ଅଧ୍ୟକ୍ଷା ପ୍ରାର୍ଥୀନୀ ରାଜେଶ୍ୱରୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କୃପା ପାଳ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ, ବରିଷ୍ଠ ଭାଜପା ନେତା ଜଗନ୍ନାଥ ମହାପାତ୍ର ପ୍ରମୁଖ ମଞ୍ଚାସିନ ଥିବା ବେଳେ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟତଃ ପାରଳା ପୌର ପରିଷଦର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ ନଗର ଭାଜପା କର୍ମକର୍ତ୍ତା ଙ୍କୁ ଉତ୍ସ।ହିତ କରିବା ଏବଂ ଆଗାମୀ ଦିନରେ ସହରରେ ଦଳକୁ ଆହୁରି କିପରି ମଜବୁତ କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା ।

Exit mobile version