Site icon Awaj Media

ନୟାଗଡ଼ ଜିଲ୍ଲାରେ ଅଲିଭା ରେଜିଷ୍ଟର ଅନନ୍ୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଚଳିତ ବର୍ଷ ଜାନୁୟାରୀ ମାସରେ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ଭାବେ ପ୍ରଣୟନ କରାଯାଇଥିବା ଅଲିଭା ରେଜିଷ୍ଟରକୁ ରାଜ୍ୟ ସରକାର ଖୁବ ପସନ୍ଦ ଓ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ଦ୍ଵାରା ଜିଲ୍ଲାରେ ଅପ୍ରାପ୍ତ ବୟସ ଝିଅ ମାନଙ୍କର ବିବାହ ବହୁ ପରିମାଣରେ କମିଯାଇଛି । ଏକଶତ ପୃଷ୍ଠା ବିଶିଷ୍ଟ ଏହି ରେଜିଷ୍ଟରରେ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କ ଦ୍ବାରା କେନ୍ଦ୍ର ଅନ୍ତର୍ଭୁକ୍ତ ୧୦ ରୁ ୧୯ ବର୍ଷ ବୟସର ସମସ୍ତ ଝିଅମାନଙ୍କର ନାମ, ବୟସ, ଦୂରଭାଷ ନମ୍ବର, ଆଧାର ନମ୍ବର, ବାପା ଓ ମାଆଙ୍କର ନାମ ଠିକଣା ଆଦି ଲିପିବଦ୍ଧ କରାଯାଇଥାଏ ।

ପାଠ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଅଭିଭାବକ ସମସ୍ତଙ୍କ ମିଳିତ ସହଯୋଗରେ ଝିଅ ଉପରେ ଧ୍ୟାନ ଦିଆଯାଏ । ପାଠପଢ଼ା ଛାଡୁଥିବା ଝିଅମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇ ପ୍ରାପ୍ତ ବୟସରେ ବିବାହ ପାଇଁ ପ୍ରବର୍ତ୍ତା ଯାଇଥାଏ । ନୟାଗଡ଼ ଜିଲ୍ଲା ପ୍ରଶାସନର ଏହି ଅଭିନବ କାର୍ଯ୍ୟକୁ ରାଜ୍ୟ ସ୍ତରରେ ପ୍ରଶଂସା କରାଯାଇ ଏହି ଜିଲ୍ଲାକୁ ରୋଲ ମଡେଲ ଭାବେ ଅନ୍ୟ ଜିଲ୍ଲା ସବୁ ନିଅନ୍ତୁ କିମ୍ବା ଏହି ବାଲ୍ୟ ବିବାହ ବନ୍ଦ ନିମନ୍ତେ ଅନ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।

Exit mobile version