ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭିନ୍ନକ୍ଷମ ପରିଚୟ ପତ୍ର ପ୍ରସଙ୍ଗରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଭେଟିଲେ ଜନ ପ୍ରତିନିଧି ! ନୟାଗଡ଼ ବ୍ଲକର ଅଧିକାଂଶ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ମାନେ ସେମାନଙ୍କ ପରିଚୟ ପତ୍ର ଧରି ଭତ୍ତା ପାଇଁ ଆବେଦନ କରିଥିଲେ । ତେବେ ଉକ୍ତ ଭିନ୍ନକ୍ଷମ ପ୍ରଣାମପତ୍ର ସଠିକ ଅଛି କି ନାହିଁ ତାହା ଜାଣିବା ପାଇଁ ନୟାଗଡ଼ ବ୍ଲକ ପକ୍ଷରୁ ସିଡ଼ିଏମଙ୍କୁ ମାସେ ହେଲା ଚିଠି କରିଥିଲେ । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବେଦନ କରିଥିଲେ ମଧ୍ୟ ଏହା ସଠିକ ସମୟରେ ମିଳୁନାହିଁ । ଯେଉଁଥି ପାଇଁକି ଭିନ୍ନକ୍ଷମ ମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ସେମାନେ ବାରମ୍ବାର ବ୍ଲକର ଦ୍ୱାରସ୍ଥ ହେଉଛନ୍ତି । ସିଡିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ସଠିକ ସମୟରେ ଯାଞ୍ଚ କରାଯାଉ ନଥିବା ଜନ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଇଟାମାଟି ଜିଲ୍ଲା ପରିଷଦ ଜୋନ ର ବଡ଼ ପଂଡୁସର ସ୍ୱାସ୍ଥ୍ୟକେନ୍ଦ୍ରରେ ଷ୍ଟାଫ ନର୍ସ ଅଭାବ ରହିଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଡଏମଙ୍କୁ ଦାବି କରିଛନ୍ତି ଜନ ପ୍ରତିନିଧି । ବ୍ଲକ ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ଜିଲ୍ଲା ପରିଷଦ ସୁବାଷ ଚନ୍ଦ୍ର କଅଁର, କ୍ଷୀରୋଦ କୁମାର ମହାପାତ୍ର, ସରୋଜ ରଣସିଂ, ଆଶିଷ କୁମାର ଅଗ୍ରୱାଲ ଓ ନୟାଗଡ଼ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ ।
ଭିନ୍ନକ୍ଷମ ପରିଚୟ ପତ୍ର ପ୍ରସଙ୍ଗ : ସିଡିଏମଓ ଙ୍କୁ ଭେଟିଲେ ଜନ ପ୍ରତିନିଧି !!!

