Site icon Awaj Media

ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ୱାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ବିଶାଳ ଇନ ହୋଟେଲରେ ଆୟୋଜିତ ଜୈବିକ ଚାଷ ଉପରେ ଆଲୋଚନା ଚକ୍ରରେ ଚାଷୀ, କୃଷକ ଉତ୍ପାଦକ ସଙ୍ଘ, କୃଷକ କ୍ଳବ ଏବଂ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଡ଼. ଜୟ ଶଙ୍କର ଦାଶ, ପୂର୍ବତନ ବୈଜ୍ଞାନିକ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଭାରତ ସରକାର ଏବଂ ଗୁଜୁରାଟ ସରକାରଙ୍କର ପୂର୍ବତନ ଉପଦେଷ୍ଟା ଯୋଗ ଦେଇଥିଲେ ! ଯିଏକି ଏବେ ଭାରତ ଏବଂ ଅନ୍ୟ ଦେଶରେ ବିଭିନ୍ନ ରିସର୍ଚ୍ଚ କାମରେ ନିଯୁକ୍ତି ପାଇଛନ୍ତି । ସମାନନୀୟ ଅତିଥି ଡ଼. ପଦ୍ମଜା ମହାନ୍ତି, କାୟୋ ଭେଞ୍ଚରର ମୁଖ୍ୟ ନିର୍ଦ୍ଦେଶିକା ଏବଂ ଭାରତ ବର୍ଷରେ ବିଭିନ୍ନ କମ୍ପାନୀ ପ୍ରତିଷ୍ଠା କରି ଜୈବିକ ଚାଷକୁ ଆଗକୁ ନେବାପାଇଁ ସାରା ଭାରତରେ ତାଙ୍କର ରିସର୍ଚ୍ଚ କାମ ଜାରି ରଖିଛନ୍ତି ! ଅନ୍ୟ ମାନଙ୍କ ମଧ୍ୟରେ ଓଟ ମାଟ କମ୍ପାନୀର ଦେବୀପ୍ରସାଦ ପତି, ଲାଲାଟ କିଶୋର ଚୌଧୁରୀ, ନିରଞ୍ଜନ ରାଉଳ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ଜୈବିକ ପ୍ରଡକ୍ଟ ଲଞ୍ଚ କରାଯାଇଥିଲା ଯଥା ଅଗ୍ରୋଚାର୍ଜର ଏବଂ ଅଗ୍ରୋ କ୍ଲିନର ! ଏହା ଓଡିଶାର ସବୁ ଚାଷୀ ଭାଈ ମାନଙ୍କ ର ସହାୟକ ହେବ ଏବଂ ଓଟ ମାଟର ଲକ୍ଷ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ ଓଡ଼ିଶା ବାହାରେ ଏହାର ପ୍ରଚାର ଓ ପ୍ରସାର କରାଯିବ ଏବଂ ଚାଷ ବିଭିନ୍ନ ଇନପୁଟ ଯୋଗାଇ ଦିଆଯିବ ।

Exit mobile version