Site icon Awaj Media

ରାଜ୍ୟ ବିଦ୍ଯୁତ କର୍ମଚାରୀ ମହାସଂଘ ନୟାଗଡ ଡିଭିଜନ ତରଫରୁ ସାଧାରଣ ସଭା !!!

Spread the love

ନୟାଗଡ (ଆୱାଜ ମିଡିଆ )- ମମତା ମହାପାତ୍ର : ରାଜ୍ୟ ବିଦ୍ଯୁତ କର୍ମଚାରୀ ମହାସଂଘ ନୟାଗଡ ଡିଭିଜନ ତରଫରୁ ଏକ ସାଧାରଣ ସଭା ନୟାଗଡ ଷ୍ଟ୍ରକ୍ଚର ଠାରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ବିଦ୍ଯୁତ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସଂଜୀବ କୁମାର ବେହେରା , ନୟାଗଡ ଡିଭିଜନର ସଭାପତି ନବ କିଶୋର ବେହେରା ଏବଂ ଉପ ସଭାପତି ରଞ୍ଜିତ କୁମାର ହରିଚନ୍ଦନ ଉପସ୍ଥିତ ରହି ଠିକା ଶ୍ରମିକ ପନ୍ଥା ଉଠାଇ ରେଗୁଲାର କରିବା, ଶ୍ରମିକ ମାନଙ୍କର ବିଭିନ୍ନ ପ୍ରକାର ଦାବିକୁ ପୂରଣ କରିବା ପାଇଁ ବକ୍ତବ୍ଯ ପ୍ରଦାନ କରିବା ସହ ଦରମା ବୃଦ୍ଧି କରିବା ପାଇଁ ଦାବି କରିଥିଲେ । ଉକ୍ତ ସଭା ସକାଳ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Exit mobile version