Site icon Awaj Media

ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟ ସରକାର ଙ୍କ ପ୍ରସ୍ତାବ ଏବଂ କେନ୍ଦ୍ର ସରକାର ଙ୍କ ନିଷ୍ପତ୍ତି କ୍ରମେ – Orissa ହୋଇଗଲା Odisha ! The Orissa (Alteration of Name) Act, 2011 is an Act of Parliament of India to alter the name of State of Orissa by substituting Orissa with Odisha. ଏପରିକି ରାଜ୍ୟ ପରିବହନ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରି ହୋଇ OR କୋଡ଼ OD ହୋଇଗଲା ! ହେଲେ ଗଣତନ୍ତ୍ର ର ପ୍ରମୂଖ ସ୍ତମ୍ବ ନ୍ୟାୟପାଳିକା ରେ ବଦଳିଲା ନାହିଁ ଏ ଶବ୍ଦ ! ଏବେ ସୁଦ୍ଧା ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଭିନ୍ନ ସାଇଟ ରେ Orissa ଲେଖା ଦେଖିବାକୁ ମିଳୁଛି ! ଆଉ ଏ ବିଷୟରେ ପଚାରିଲେ ଅତି ଅଭୁତ ଉତ୍ତର ଶୁଣିବାକୁ ମିଳେ ! କଣ ନା technology ଦାୟୀ ! ଆଉ ଆମ ରାଜ୍ୟ ସରକାର 5 T ଆପଣେଇଛନ୍ତି , ସେଥିରୁ ଗୋଟେ T ହେଉଛି Technology ! ଯଦି ନ୍ୟାୟପାଳିକା ବିଭାଗରେ ଟେକ୍ନୋଲୋଜି ଅଭାବ ତେବେ 5 T କୁ ବଦଳେଇ 4 T କରିଦେବା ଦରକାର ! ଆଜି ସନ୍ଧ୍ୟା ସମୟରେ ରାଜଧାନୀର ରାଜରାସ୍ତାରେ ନମ୍ବର ପ୍ଲେଟ ରେ High Court of Orissa ଲେଖାଥିବା ବଡ ଗାଡ଼ିଟିଏ ଦେଖି , ଏ ଖବର ପ୍ରସାରଣ କରୁଛୁ ! ବିଚାର କରିବେ ଆପଣମାନେ ! ଯେଉଁ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ରାଜ୍ୟର ବନାନ ଭୁଲ , ତାକୁ କିପରି ଆଲୋଚନା କରାଯିବ !

Exit mobile version