ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମିସ୍ ନୟାଗଡ଼ ଟାଇଟଲ ଜିତିଲେ ସିଗମା ମିଶ୍ର ! ସାଇ ଇଭେଣ୍ଟ ତରଫରୁ ନୟାଗଡ ଦକ୍ଷିଣକାଳୀ ପଡିଆ ଠାରେ ଚାଲୁଥିବା “ନୟାଗଡ ବାଣିଜ୍ୟ ମେଳା -୨୦୨୨” ଅବସରରେ ପ୍ରତି ସଂଧ୍ୟାରେ ନୃତ୍ୟ, ସଂଗୀତ, କୁଇଜ୍, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଅଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଥିଲା ମିସ୍ ନୟାଗଡ଼ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ୭ ଜଣ ରାମ୍ପ ରେ ଚାଲିବା, ବ୍ୟକ୍ତିଗତ ପ୍ରତିଭା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓ ପରେ ମିସ୍ ନୟାଗଡ଼ ଚୟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲେ ଡ୍ୟାଜେଲ୍ ମିସ୍ ଇଣ୍ଡିଆ ବିଜୟିନୀ ନୟାଗଡ଼ ମାଟିର ପ୍ରତିଭା ପ୍ରଜ୍ଞା ପାରମିତା । ଅତିଥି ବିଚାରକ ଭାବେ ଶରତ ଚନ୍ଦ୍ର ଆଚାର୍ଯ୍ୟ, ସୈାଦାମିନୀ ସ୍ୱାଇଁ, ଗୋପୀନାଥ ସେଠୀ ମିସ୍ ନୟାଗଡ଼ ଚୟନ କରିଥିଲେ । ଶ୍ରାବରୀ ପରମଗୁରୁଙ୍କ ମଞ୍ଚ ସଂଯୋଜନା ତଥା ରଶ୍ମୀରଂଜନ ଜେନାଙ୍କ ପରିଚାଳନାରେ ଆୟୋଜିତ ଏହି ମେଗା ଇଭେଣ୍ଟରେ ସୁଶ୍ରୀ ସିଗମା ମିଶ୍ରଙ୍କୁ ମିସ୍ ନୟାଗଡ଼ ସମ୍ମାନ ପ୍ରଦାନ କରାଯାଇଥିଲା । ରନର୍ସ ଅପ୍ ହୋଇଥିଲେ ଦେବର୍ପିତା ନାୟକ । ଏହି କାର୍ଯ୍ୟକ୍ରମକୁ ଶହ ଶହ ଦର୍ଶକ ଉପଭୋଗ କରିଥିଲେ ଏବଂ ଶେଷରେ ସାଇ ଇଭେଣ୍ଟର ମ୍ୟାନେଜର ବସନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ସିଗମା ମିଶ୍ର ହେଲେ ମିସ୍ ନୟାଗଡ଼ !!!

