Site icon Awaj Media

ବରିଷ୍ଠ ନାଗରିକ ମଞ୍ଚ ର ସାଧାରଣ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବଡ଼ ରାଧାକାନ୍ତ ମଠ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମଞ୍ଚର ସ୍ଥାୟୀ ସଭାପତି ଲକ୍ଷ୍ମୀ ନୃସିଂହ ରଥ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ନାଗରିକ ଲକ୍ଷ୍ମୀ ଚରଣ ପଟ୍ଟନାୟକ ଏବଂ ଏମ୍ ଶିବ ରାମକ୍ରୀଷ୍ଣ। ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି ସଭାରେ 100 ଜଣ ସଭ୍ୟ ଅଂଶ ଗ୍ରହଣ କରିଥିଲେ । ସମ୍ପାଦକ ହରି ମୋହନ ପଟ୍ଟନାୟକ ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ରଘୁନାଥ ମହାରଣା ମଞ୍ଚର ଆର୍ଥିକ ସ୍ୱଚ୍ଛଳତା ଉପରେ ଆଲୋକପାତ କରିଥିଲେ । ଚିତ୍ତରଞ୍ଜନ ମିଶ୍ର ଓ ନାରାୟଣ ଗୁରୁ ଙ୍କୁ ବରିଷ୍ଠ ନାଗରିକ ସମ୍ମାନ 2022 ସମ୍ମାନୀତ କରାଯାଇଥିଲା । କମିଟିର ସଦସ୍ୟ ମାନଙ୍କ ଦ୍ଵାରା କର୍ମକର୍ତ୍ତା ପୁନଃ 4 ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ଲକ୍ଷ୍ମୀ ନୃସିଂହ ରଥ ସଭାପତି, ରାମଚନ୍ଦ୍ର ପାଢ଼ୀ ଉପ ସଭାପତି, ହରିମୋହନ ପଟ୍ଟନାୟକ ସମ୍ପାଦକ, ରାଧାକାନ୍ତ ମହାପାତ୍ର ଯୁଗ୍ମ ସମ୍ପାଦକ, ରଘୁନାଥ ମହାରଣା କୋଷାଧ୍ୟକ୍ଷ, ସଭ୍ୟ ମାନେ ହେଲେ ଚିତ୍ତ ରଞ୍ଜନ ମିଶ୍ର , ଲବ ଜେନା, ସୁରେଶ ଚନ୍ଦ୍ର ଦାସ, ଜଗଦୀଶ ଚନ୍ଦ୍ର ମହାପାତ୍ର, ସୁରେଶ ପାତ୍ର, ବିଶିକେଶନ ମହାପାତ୍ର, ସୁବାଷ ଚନ୍ଦ୍ର ରାଉତ, ଏମ୍ ଶିବ ରାମକ୍ରୀଷ୍ଣ।, ଉଗ୍ରସେନ ଜେନା ପ୍ରମୁଖ । ସଭାରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା ହୋଇଥିଲା । ଶେଷରେ ଉପ ସଭାପତି ରାମଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Exit mobile version