Site icon Awaj Media

କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ରେ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୁଷିତ ଅଞ୍ଚଳ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ପରିସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ! ଏହି ସ୍ୱାସ୍ଥ୍ୟ ମେଳା ରେ ଅଞ୍ଚଳ ର ପ୍ରାୟ 200 ରୁ ଉର୍ଦ୍ଧ ଲୋକ ନିଜ ନିଜ ର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ | ଏହି ସ୍ୱାସ୍ଥ୍ୟ ମେଳା ରେ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଇନଚାର୍ଜ , ଡ଼ ସୋମେନ୍ଦ୍ର କୁମାର ସାହୁ , ଡ଼ ଅଂଶୁମାନ ଦାଶ ଆୟୁଷ ଡାକ୍ତର , ଡ଼ ରିତେଶ ବଳିଆର ସିଂ ସେକ୍ଟର ମେଡିକାଲ ଅଫିସର କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାହାଡାଝୋଲା, ଅଜିତ କୁମାର ଜେନା ସିଏଚଓ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲଷ୍ମୀଧର ଦାଶ ମେଡିକାଲ ସୁପର ଭାଇଜର, ଶୈଳବାଳା ଦେଇ ଏଲଏଚଭି ମହୀପୁର ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ କୁ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ଯୁବ ସରପଞ୍ଚ ସାରସ ଧର ସାହୁ ସ୍ୱାଗତ କରିଥିବା ବେଳେ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଥିଲେ | ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା ବେଳେ , ଗ୍ରାମପଞ୍ଚାୟତ ର ସମସ୍ତ ୱାର୍ଡ଼ ମେମ୍ବର ଏବଂ ସମିତି ସଭ୍ୟା ସୁଷମା ପ୍ରଧାନ ଙ୍କ ସମେତ ଯୁବ ସମାଜସେବୀ ମାନେ ସହଯୋଗ କରିଥିଲେ | ମେଡିକାଲ ଇନଚାର୍ଜ ମହୀପୁର ଙ୍କ ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହା ସରକାର ଙ୍କ ର ଗୋଟେ ସ୍ୱାଗତ ମୂଳକ ପଦକ୍ଷେପ ବୋଲି ପ୍ରତିକ୍ରିୟା ଦେଇଥିଲେ |

Exit mobile version