Site icon Awaj Media

ବାଲୁଗାଁରେ ଓଁ ଶାନ୍ତି ର ଆତ୍ମା ଓ ସାମ୍ବାଦିକ ଙ୍କ ମିଳନ ଉତ୍ସବ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ଵବିଦ୍ୟାଳୟ ରେ ସାମ୍ବାଦିକ ଓ ଆତ୍ମା ର ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସରକାରଙ୍କ ଆଜାଦି କା ଅମୃତ ଜରିଆ ରେ ଯୋଡ଼ି ହେବା ପାଇଁ ଶିବ ଜୋତିଧାମ ତରଫରୁ ସାରା ଭାରତ ରେ ଶାନ୍ତି , ପ୍ରେମ, ମୈତ୍ରୀ ଆଚାର ବ୍ୟବହାର କୁ ସୁଚାର ରୂପରେ ଗଢିଉଠିବା ଓ ସମସ୍ତ ଙ୍କ ସହିତ ଯୋଡ଼ିହେବା ଓ ନୂତନ ଭାରତ ଗଠନ ରେ ସହଯୋଗ ପାଇଁ ମିଡ଼ିଆ ଙ୍କ ଜରିଆରେ ଏକ ପୋଗ୍ରାମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଏସ.ଜେ . ସୁକାନ୍ତ ବିଶ୍ୱାଳ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ଷ୍ଟେଟ ମିଡ଼ିଆ କୋଡିନେଟର ବି.କେ. ନଥମାଲ , ମୋଟିଭୋସେନାଲ ସ୍ପିକର ଫରିଅlବାଦର ବି.କେ. ପୂନମ ବର୍ମା ଙ୍କ ସମେତ ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମହକୁମାରୀ ଭାଇ ଭଉଣୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଚିଲିକା, ବାଲୁଗାଁ, ବାଣପୁର ନାଚୁଣୀ ଓ ଟାଙ୍ଗୀ ଅଞ୍ଚଳ ରୁ ଆସିଥବା ସାମ୍ବାଦିକ ମାନଙ୍କୁ ଫୁଲ ଚନ୍ଦନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଏହା ପରେ ପ୍ରଜାପତି ବ୍ରହ୍ମକୁମାରୀ ବିଶ୍ୱ ବିଦ୍ୟାଳୟ ରେ ପ୍ରସାଦ ଭୋଗ ବଣ୍ଟନ କରାଯାଇଥିଲା l

 

Exit mobile version