Site icon Awaj Media

ସର୍ବାଧିକ କାଗଜଡ଼ଙ୍ଗା ତିଆରି କରିଥିବା ଛାତ୍ରୀ ଜ୍ୟୋତିକ୍ଷା ସାହୁ ସମ୍ବର୍ଦ୍ଧିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଚଳିତ ବର୍ଷ ଐତିହାସିକ ବାଲିଯାତ୍ରାରେ କଟକ ମହାନଗର ନିଗମ ପକ୍ଷରୁ ସର୍ବାଧିକ କାଗଜ ଡଙ୍ଗା ତିଆରି କରାଯାଇ ଗିନିଜ ବୁକ ଅଫ ଓ୍ଵାର୍ଲଡ ରେକର୍ଡ ରେ ସାମିଲ ପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ! ୨୦ ରୁ ଉର୍ଦ୍ଧ୍ବ ସ୍କୁଲ ର ୨୧୨୧ ଛାତ୍ରଛାତ୍ରୀଙ୍କ ଦ୍ବାରା ସର୍ବାଧିକ ୨୨,୪୭୩ଟି କାଗଜଡଙ୍ଗା ତିଆରି କରାଯାଇ ଗିନିଜ ବୁକ ଅଫ ଓ୍ଵାର୍ଲଡ ରେକର୍ଡ ରେ ସ୍ଥାନ ପକ୍କା ହୋଇଥିଲା ! କଟକ ସହର ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିବା ସହ ପ୍ରଶଂସାର ସୁଅ ଛୁଟିଥିଲା । ସର୍ବାଧିକ ୩୪ଟି କାଗଜଡ଼ଙ୍ଗା ତିଆରି କରିଥିବା କେମ୍ବ୍ରିଜ ସ୍କୁଲର ୭ ମ ଶ୍ରେଣୀ ଛାତ୍ରୀ ଜ୍ୟୋତିକ୍ଷା ସାହୁଙ୍କୁ “କଟକ ଶ୍ରୀ ସମ୍ମାନ” ରେ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନ ଆଜି ସମ୍ମାନୀତ କରିଛି । ପ୍ରକାଶ ଥାଉ କି କଟକ ମହାନଗର ନିଗମ ଗଣମାଧ୍ୟମରେ ଛାତ୍ରୀ ଜ୍ୟୋତିକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କଟକ ବାଲିଯାତ୍ରା ପଡିଆ ବୋଇତବନ୍ଦାଣ ତୋରଣ ସମୁଖରେ ଆଜି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦି ସର୍ବୋଦୟ ସଂଘର ସଭାପତି ବିଶ୍ଵଜିତ ସୂର୍ଯ୍ୟବଂଶୀ, ସମ୍ମାନୀତ ଅତିଥି ଭାବେ ସମାଜସେବୀ କ୍ଷୀରୋଦ କୁମାର ସାହୁ, ଦେବାଶିଷ ରାଉତ, ପ୍ରଣବ ବିଶ୍ଵାଳ, ଅରୁଣ ସେଠୀ, ସୁରେଶ ମହାନ୍ତି, ଜିତେନ୍ଦ୍ର ସାହୁ, ରାକେଶ ପାତ୍ର, ସନ୍ଦୀପ ପଟ୍ଟନାୟକ, ଶାଶ୍ଵତ ନାୟକ, ଚନ୍ଦ୍ରଶେଖର ବିଶ୍ଵାଳ ଏବଂ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନ ର ସମସ୍ତ ସଭ୍ୟଙ୍କ ଉପସ୍ଥିତ ରହିଥିଲେ ! ଛାତ୍ରୀ ଜ୍ୟୋତିକ୍ଷା ସାହୁଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଜ୍ୟୋତିକ୍ଷାଙ୍କ ଦୀର୍ଘଜୀବନ ଓ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଙ୍ଗଠନର ପ୍ରତଷ୍ଠାତା ତଥା ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଆୟୋଜନ କରିବା ସହିତ ପରିଚାଳନା କରିଥଲେ ।

Exit mobile version