ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସବୁ ଗ୍ରାମକୁ ପକ୍କା ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଜି ବି ଅନେକ ଗାଁ କୁ ରାସ୍ତାଟିଏ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ l ଅଧପନ୍ତରିଆ ବ୍ରିଜ କାମ ସମ୍ପୂର୍ଣ ହୋଇ ନଥିବାରୁ ଯାତାୟାତର ଲାଇଫଲାଇନ ସାଜିଛି ଭଙ୍ଗା କାଠ ପୋଲ l ଏହି ଦୃଶ୍ୟ ଆସିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ବନ୍ଦମୁଣ୍ଡା ପଂଚାୟତରୁ l ଏହି ରାସ୍ତାଟି ରାଆଁଳା, ଚାକୁଣ୍ଡାଝର ଦୁଇଟି ଗ୍ରାମକୁ ସଂଯୋଗ କରୁଥିବା ସହ ରଣପୁର ଗଡ଼ର ବନଦେବୀ’ ମା ‘ଖିଲାମୁଣ୍ଡାଙ୍କ ପୀଠକୁ ମଧ୍ୟ୍ୟ ସଂଯୋଗ କରିଛି l ଏହି ପୀଠ ଟି ଜଙ୍ଗଲ ପରିବେଶ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିଦିନ ଜ଼ିଲ୍ଲା ତଥା ଜ଼ିଲ୍ଲା ବାହାରୁ ଶହ ଶହ ସଂଖ୍ୟକ ପର୍ଯ୍ୟଟକ ବିପଜ୍ଜନକ ଭାବେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି l ଖାଲି ସେତିକି ନୁହେଁ ଏଠାକାର ସ୍ଥାନୀୟ ବାସୀଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲା ମାନେ ମଧ୍ୟ୍ୟ ବିପଦ ସଂକୁଳ ଅବସ୍ଥାରେ ଏହି ଭଙ୍ଗା କାଠ ପୋଲ ଦେଇ ବିଦ୍ୟାଳୟ ଯାଆନ୍ତି l କେତେବେଳେ ଯେ ଏହି କାଠ ପୋଲଟି ଭାଙ୍ଗି ଏକ ବଡ଼ ଧରଣର ଦୁର୍ଘଟଣା ନଘଟିବ ଏକଥା କିଏଵା କହିବ l ଅପରପକ୍ଷେ ଆଜିକୁ ଦୀର୍ଘ ବର୍ଷ ହେବ ସରକାରୀ କର୍ମଚାରୀ ମାନଙ୍କର ଦାୟିତ୍ୱହୀନତା ପାଇଁ ଅଧାଗଢା ଅବସ୍ଥାରେ ପଡିରହିଛି ବ୍ରିଜ l ବ୍ରିଜ ନିର୍ମାଣର କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ୍ୟ ବ୍ରିଜଟି ସମ୍ପୂର୍ଣ ହୋଇ ନଥିବାରୁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଅଞ୍ଚଳବାସୀ l ତୁରନ୍ତ ବ୍ରିଜ କାମ ସାରିବାକୁ ସ୍ଥାନୀୟ ବାସୀ ଦାବୀ କରିଥିବା ବେଳେ ଖୁବ ଶୀଘ୍ର ଅର୍ଦ୍ଧ ନିର୍ମିତ ପୋଲ କାମ ସମ୍ପୂର୍ଣ କରାଯିବ ବୋଲି ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରତିଶୃତି ଦେଇଛନ୍ତି l
ଗାଁ କୁ ନାହିଁ ରାସ୍ତା, ଭଙ୍ଗା କାଠ ପୋଲ ହଁ ଭରଷା !!!

