Site icon Awaj Media

୯୮୫ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନ ର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏବେବି ମହାମାରୀ କରୋନାର ଭୟ କମି ନାହିଁ । କରୋନାର ଜନ୍ମ ମାଟି ଚାଇନା ଦେଶରେ ପୁଣି ହୁ-ହୁ ହୋଇ ବଢୁଛି କରୋନା ସଂକ୍ରମଣ । ତାଲା ବନ୍ଦ ଭିତରେ ଚାଇନା ଗତି କରୁଥିବା ବେଳେ ଏହା ପୁଣି ଭାରତକୁ ଲେଉଟିବାର ଆଶଙ୍କା ରହିଛି । ତେଣୁ ପ୍ରତି ପ୍ରତ୍ୟେକ ବ୍ୟକ୍ତିକୁ ଏଥିପାଇଁ ସଜାଗ ରହିବାକୁ ପଡିବ । ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଁଚାଇବାରେ ଲାଗି ପଡ଼ିଛି ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଓଡ଼ିଶାରେ ଗତ ସପ୍ତାହ ଗୋଟିଏ ମାତ୍ର ପଜେଟିଭ ଦେଖା ଦେଇଥିବା ବେଳେ ଗତ ୨୯/୧୧/୨୦୨୨ର ତଥ୍ୟ ଅନୁଯାୟୀ ଏହା ୧୨ କୁ ବୃଦ୍ଧି ପାଇଛି l ଏଣୁ ବହୁ ମାତ୍ରାରେ ସଚେତନତାର ଆବଶ୍ୟକତା ରହିଛି l ଏ ସବୁକୁ ଉପଲବ୍ଧି କରି ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୯୮୫ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ଲୋକମାନଙ୍କୁ ସଚେତନ କରାଇବା ସହ ମାକ୍ସ, ସାନିଟାଈଜର, ହ୍ୟାଣ୍ଡ ଗ୍ଳୋବ୍ସ , ଡେଟଲ, ଫିନାଇଲ ଆଦି ବଣ୍ଟନ କରାଯାଉଛି । ଏତଦଭିନ୍ନ ଗରିବ, ଅସହାୟ, ପାଗଳା ପାଗିଳି, ବୃଦ୍ଧ ବୃଦ୍ଧା ଆଦିଙ୍କୁ ଖାଦ୍ୟ,ଗ୍ରୋସରୀ ସାମଗ୍ରୀ, ବସ୍ତ୍ର, କମ୍ବଳ, ମଶାରୀ ଆଦି ସମଗ୍ର ଓଡିଶାର ବିଭିନ୍ନ ସ୍ଥାନରେ ଚିନ୍ମୟ ଫାଉଣ୍ଡେସନର ଶାଖା କାର୍ଯ୍ୟାଳୟ ମାଧ୍ୟମରେ ବଣ୍ଟନ କରାଯାଉଥିବା ବେଳେ ଫାଉଣ୍ଡେସନର ଦିନସଂଖ୍ୟା ୯୮୩ ରୁ ୯୮୫ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଅକ୍ଷୟ କୁମାର ମଲ୍ଲିକ ଆଦି ଏହି କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

Exit mobile version