Site icon Awaj Media

ବିଶ୍ୱ ଏଡସ ଦିବସ ପାଳିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ସ୍ଥିତ ରମାମଣି ମହାବିଦ୍ୟାଳୟ ପରିସରରେ ବିଶ୍ଵ ଏଡସ ଦିବସ ପାଳନ କରାଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ଦାଶଙ୍କ ପୌରହିତ୍ୟିରେ ଆୟୋଜିତ ସଭାରେ କଣ୍ଟାବାଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ପ୍ରାଧ୍ୟାପକ ପ୍ରଦୀପ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜେ ସଚେତନ ରହି ଅନ୍ୟକୁ ସଚେତନ କରିପାରିଲେ ଏହି ରୋଗ ଠାରୁ ଯଥା ସମ୍ଭବ ରକ୍ଷା ପାଇ ହେବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ୟୁଥ ରେଡ଼ କ୍ରସ ଓ ରେଡ଼ ରିବନର କାଉନସେଲର ଅଧ୍ୟାପକ ଦିଲ୍ଲୀପ କୁମାର ସାଥୁଆ ସଂଯୋଜନା କରିଥିଲେ । ସଭାର ପ୍ରାରମ୍ଭରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ବିଦ୍ୟାର୍ଥୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version