ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତ ରେ ଜଣେ ଲେଖାଏଁ ପଞ୍ଚାୟତ ଅଧିକାରୀ ଅଛନ୍ତି ! ଗାଁ କୁ ଗାଁ ବୁଲି ବିଭିନ୍ନ ସମସ୍ୟା ବୁଝିବା ସହିତ ପଲ୍ଲୀସଭା ମାଧ୍ୟମରେ ଲୋକଙ୍କ ମତ ଉପସ୍ଥାପନା କରନ୍ତି । ପୁଣି ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ମଧ୍ୟ ନିର୍ବାଚନ ସମୟରେ ବିଭିନ୍ନ ମିଠା ମିଠା କଥା କହି ଭୋଟ ହାତେଇବା ରେ ବିଭିନ୍ନ ତାରିକା ମଧ୍ୟ ଅବଲମ୍ବନ କରିଥାନ୍ତି ! କିନ୍ତୁ ଜିତିଗଲା ପରେ ଅସହାୟ ଗରିବ ଲୋକଙ୍କ ସମସ୍ୟା ବୁଝିବା ତ ଦୁରର କଥା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ଦେଖା କରିବାକୁ ସମୟ ନାହିଁ । କୋହୋ ଭରା କଣ୍ଠରେ ଏକଥା କୁହନ୍ତି (୮୦) ବର୍ଷର ବୃଦ୍ଧା । ଏଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ମଧୁବନ ଗାଁ ରେ ! ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ ରେ ରୁହନ୍ତି ବୃଦ୍ଧା ଯମୁନା କଅଁର ! ବୟସ ୮୦ ପାର ହେଲାଣି , ସ୍ୱାମୀ ଦନେଇ କଅଁର କାହିଁ କେବେଠୁ ଆରପାରିକୁ ଚାଲି ଗଲେଣି ! ତିନି ପୁଅ ତିନି ଝିଅ ସମସ୍ତ ଙ୍କ ବାହାଘର ସାରି ନିଜ ପରିବାର ପୋଷିବା ପାଇଁ କାମରେ ଯାଉଛନ୍ତି । ସମସ୍ତେ ମୁଲପାତି କରି ଚଳନ୍ତି । ସାନ ପୁଅ ଘରେ ଗଣ୍ଡେ ଖାଇ ରୁହନ୍ତି । କିନ୍ତୁ ସରକାର ଙ୍କ ତରଫ ରୁ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ମଧୁବାବୁ ପେନସନ ଯୋଜନାରେ ଭତା ସାତସପନ ପାଲଟିଛି ଏହି ବୃଦ୍ଧା ଙ୍କ ପକ୍ଷରେ | ଏପରି କି ସରକାର ଙ୍କ ସବୁ କିଛି ଯୋଜନାରୁ ବଞ୍ଚିତ ଥିବା ବେଳେ ଭଗବାନଙ୍କ ଭରସାରେ ଚଳୁଥିବା କୁହନ୍ତି ବୃଦ୍ଧା ମହିଳା । ତେବେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଆମେ ସରପଂଚ ଙ୍କ ମତାମତ ନେଇଥିଲୁ , ସେ ଖୁବ୍ ଶିଘ୍ର ସରକାରୀ ସହାୟତା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜ କୁ ପ୍ରାୟ ଦଶ ଦିନ ବିତି ଯାଇଥିଲେ ମଧ୍ୟ ପାଖରେ କୌଣସି ଜନ ପ୍ରତିନିଧି କି ପ୍ରଶାସନ ପହଞ୍ଚି ନଥିବା କୁହନ୍ତି ଗ୍ରାମବାସୀ । ଗରିବଙ୍କ ସେବା କରିବା ପାଇଁ ଶପଥ ନେଇଥିବା ସରପଞ୍ଚ ଏବେ ଅସହାୟ ଲୋକଙ୍କ ଦୁଃଖ ବୁଝିବା ତ ଦୂର ର କଥା ପାଖରେ ପହଚିବାକୁ ସମୟ ନାହିଁ । ଏହି ଭଳି ଘଟଣା କୁ ଅଞ୍ଚଳ ର ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ତେବେ ଆଜି ନୂଆଗାଁ ପ୍ରେସ କ୍ଳବ ର ସାମ୍ବାଦିକ ଉକ୍ତ ବୃଦ୍ଧା ଙ୍କ ପାଖରେ ପହଞ୍ଚି ଭଲ ମନ୍ଦ ବୁଝିବା ସହିତ ଶୀତ ଦିନ କୁ ଦିନ ବଢୁଥିବା ହେତୁ ଏକ କମ୍ବଳ ପ୍ରଦାନ କରିଥିଲେ ।
ଯମୁନା କଅଁର ଙ୍କ ଦୁଃଖ ଶୁଣିବାକୁ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ପାଖରେ ସମୟ ନାହିଁ !!!

