Site icon Awaj Media

କୁଲତା ସମାଜ ର ଦାବୀ ଗୃହୀତ : ପୁରୀ ରେ ପ୍ରତିଷ୍ଠା ହେବ ଧର୍ମଶାଳା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କୁଲତା ସମାଜ ର ଦାବୀ ଗୃହୀତ ହୋଇ ପୁରୀ ରେ ଧର୍ମଶାଳା ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବାରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ! ରାଜ୍ୟ ସରକାର କୁଲତା ସମାଜର ଦାୟିତ୍ୱ ଗ୍ରହଣ କରି ପୁରୀ ଠାରେ ୧ ଏକର ଜମି ଓ ୩ କୋଟି ଟଙ୍କା ଦେଇ ଏକ ଧର୍ମଶାଳା ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ! କୁଲତା ସମାଜର ଅନ୍ୟାନ୍ୟ ସମସ୍ୟା ଅର୍ଥାତ ଚାଷ ସମ୍ପର୍କୀୟ ଅନେକ ସମସ୍ୟା ଅଛି ଏବଂ ସେହି ସମାଜର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ତୁରନ୍ତ ସଂରକ୍ଷଣ ବ୍ୟବସ୍ଥା ସହ ଚାକିରୀ କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଦେବାର ନିଷ୍ପତ୍ତି ନେବେ ବୋଲି ଆଶା କରିଛନ୍ତି ସମାଜର ସଭ୍ୟ । ତତ୍ ସହିତ ରାଜ୍ୟର ଅନ୍ଯାନ୍ୟ ସମାଜ ପାଇଁ ମଧ୍ୟ ପୁରୀ କିମ୍ବା ଭୁବନେଶ୍ବରରେ ଜମି ଦେବା ସଙ୍ଗେ ସଙ୍ଗେ ଆବଶ୍ୟକୀୟ ଅର୍ଥ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

Exit mobile version