Site icon Awaj Media

ଗଜପତି ରେ ଜିଲ୍ଲା ସ୍ତରୀୟ ବିଶ୍ବ ଏଡସ ଦିବସ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡ୍ସ ଦିବସ ଭାବରେ ପାଳନ କରାଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏଡିଓଏଚଓ ଡା. ରବି ନାରାୟଣ ଦାସ, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ସଂଯୋଜକ ସୌମ୍ୟାରାଣୀ ଗୌଡ଼, DSSO ସନ୍ତୋଷ କୁମାର ନାୟକ, ଲଳିନ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ବାକ୍ତବ୍ୟରେ HIV ର କାରଣ ଓ ନିରାକରଣ ବିଷୟରେ ସଚେତନତା ବାର୍ତ୍ତା ଦେଇଥିଲେ । ବିଶ୍ବକୁ ଏଡ୍ସ ମୁକ୍ତ କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ସ୍ୱେଚ୍ଛାସେବି SWS, AHANA , ANMTC ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଆଇ.ସି.ଟି.ସି ସୁପରଭାଜର ଶକ୍ତି ପ୍ରସାଦ ପଟ୍ଟନାୟକ ଓ ଡି.ପି.ସି NTEP, ପି. କଟେଶ୍ୱର ରାଓ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏକ ବକୃତା ପ୍ରତିଯୋଗୀତା ହୋଇଥିଲା ! ଏଥିରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଏକ ମିନିଟ୍ ଭିଡ଼ିଓ ପ୍ରତିଯୋଗିତା ହୋଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Exit mobile version