ପାରଳାଖେମୁଣ୍ଡି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜି ପୂର୍ବାହ୍ନରେ ରଣିପେଣ୍ଠସ୍ଥିତ ନିୟତି ପରିସରରେ ବିଶ୍ବ ଭିନ୍ନକ୍ଷମ ଦିବସ ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଅତିଥି ଭାବେ ଡିଜେନ୍ ରାଉଳ, ଗଜପତି ଜିଲ୍ଲା ମୁଖ୍ୟ HLFPPT, ଏମ ତୁଷାର ଦାସ, HLFPPT ମୋହନା, ଗାୟାନିଧି ଦାଶ , VC. ଗୋଷାଣୀ ଫିଜିଓଥେରୋପିଷ୍ଟ ଡ଼ାକ୍ତର ଅରୁଣ ତ୍ରିପାଠୀ, ସହଯୋଗୀ ଅରୁପାଞ୍ଜଳି ମହାନ୍ତି, ଶିକ୍ଷିକା ଶାସ୍ଵତୀ ବେବର୍ତ୍ତା, ପ୍ରତିମା ନାୟକ, ସୁମିତ କୁମାର ଗମାଙ୍ଗ,ଦେବାଂଶି ସାହୁ ଯୋଗଦେଇ ଏହି ଭଳି ବ୍ୟକ୍ତି ବିଶେଷଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ ଆବଶ୍ୟକ କହିଥିଲେ । ଏହି କର୍ମଶାଳା ରେ ହିତାଧିକାରୀ, ଅଭିଭାବକ, ହିତାକାଂକ୍ଷୀ ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ । ଭିନ୍ନକ୍ଷମଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ବାହାର ଖେଳ, ଭିତର ଖେଳ ପ୍ରତିଯୋଗୀତା କରାଯାଇଥିଲା । କେକ୍ କାଟି ପିଲାମାନେ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ । ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶୁଶ୍ରୀ ତନିଶା ବେବର୍ତ୍ତା ଓଡ଼ିଶୀ ନୃତ୍ୟ ଶେଷରେ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଏସ୍ ଯାୟାମା, ଅନ୍ନପୂର୍ଣ୍ଣା,ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନା କରିଥିଲେ ।
ନିୟତି ଆନୁକୁଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ !!!

