Site icon Awaj Media

ଟ୍ରେନ୍ ରେ ଚଢି ସେଲ୍ଫି ନେଇ ଗୁରୁତର ହୋଇଥିବା ଛାତ୍ରୀ ଙ୍କ ମୃତ୍ୟୁ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର କୁମାର ବରାଳ : ଖୋର୍ଦ୍ଧା ରୋଡ୍ ଡିଭିଜନ ର ତାପଙ୍ଗ ରେଳ ଷ୍ଟେସନ ଠାରେ ଅଟକି ରହିଥିବା ଏକ ମାଲବାହୀ ଟ୍ରେନ୍ ଉପରେ ଚଢି ସେଲ୍ଫି ନେବା ବେଳେ 25000 ଭୋଲ୍ଟ ବିଦ୍ୟୁତ ସଂସ୍ପର୍ଶରେ ଆସି ଆସି ଗୁରୁତର ହୋଇଥିବା କଲେଜ ଛାତ୍ରୀ ବନିତା ଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ରେ ଘରଦ୍ବାର କରି ରହୁଥିବା ବେଗୁନିଆ ଥାନା ରାଉତପଡା ଗ୍ରାମର ରଞ୍ଜନ ସାହୁ ଙ୍କ ଝିଅ ବନିତା ସାହୁ ମଳିପଡା କଲେଜ ରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀ । ସେ ସବୁ ଦିନ ଭୋରୁ ସାଙ୍ଗ ମାନଙ୍କ ସହିତ ମଳିପଡା ରୁ ତାପଙ୍ଗ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ପ୍ରାତଃ ଭ୍ରମଣରେ ଯାଉଥିଲେ । ଗୁରୁବାର ଦିନ ବି ସାଙ୍ଗ ମାନଙ୍କ ସହିତ ତାପଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଯାଇ ଷ୍ଟେସନ ରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍ ଉପରେ ଚଢି ନିଜ ମୋବାଇଲ ରେ ସେଲ୍ଫି ନେବା କୁ ଚେଷ୍ଟା କରୁଥିବା ବେଳେ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣାସ୍ଥଳରେ ଟ୍ରେନ୍ ରୁ ଗୁରୁତର ଅବସ୍ଥା ରେ ଖସି ପଡିବା ପରେ ଲୋକମାନେ 108 ଆମ୍ବୁଲାନ୍ସ ରେ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରି ଚିକିତ୍ସା କରୁଥିଲେ । ସଂଧ୍ୟା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସଙ୍କଟାପନ୍ନ ଅବସ୍ଥା ରେ ଚିକିତ୍ସା ହେବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Exit mobile version