Site icon Awaj Media

ଭତ୍ତା ପାଇବାରୁ ବଞ୍ଚିତ ରାମ ପ୍ରଧାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାର ଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କରାଯାଉଛି ! କିନ୍ତୁ ସେ ସବୁ କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ସୀମିତ ରହୁଥିବା ଅଭିଯୋଗ ଆସିଛି । ଏପରି କି ବାବୁ ମାନେ ହାତ ଗୁଞ୍ଜା ଉପରେ ନିର୍ଭର କରି ନିରୀହ ଆଦିବାସୀ ମାନଙ୍କୁ ବିଭିନ୍ନ ବାହାନା ଦେଖାଇ ସମୟ ପରେ ସମୟ ଗଡେଇ ଚାଲିଛନ୍ତି | ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗରିବ ଅସହାୟ (୬୦) ବର୍ଷ ରୁ ଉର୍ଦ୍ଧ ଲୋକଙ୍କୁ ମାସିକିଆ ଭତ୍ତା ର ବ୍ୟବସ୍ଥା କରିଛନ୍ତି , କିନ୍ତୁ କିଛି ପଞ୍ଚାୟତ ରେ ସରପଞ୍ଚ କିମ୍ବା ସମିତି ସଭ୍ୟ ଙ୍କ ଅବହେଳା ଏବଂ ପଞ୍ଚାୟତ ଅଧିକାରୀ ଙ୍କ ଦାୟିତ୍ୱ ହିନତା ଯୋଗୁଁ ବହୁ ଯୋଗ୍ୟ ହିତାଧିକାରୀ ଭତା ପାଇବାରୁ ବଞ୍ଚିତ ରହୁଛନ୍ତି । ଏଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଗୁମୀ ପଞ୍ଚାୟତ ର ଓସମସ୍କା ଗାଁ ର ରାମ ପ୍ରଧାନଙ୍କ କ୍ଷେତ୍ରରେ ! ବୟସ (୬୬) ଟପିଲାଣି ତଥାପି ମିଳି ପାରୁନାହିଁ ଭତା ! ଦୁଇ ତିନିଥର ପଞ୍ଚାୟତ ରେ ଅଭିଯୋଗ କଲେଣି ତଥାପି ଭତା ପାଇବାରୁ ବଞ୍ଚିତ ଥିବା କହିଛନ୍ତି | ଏପରି କି ପଞ୍ଚାୟତ ଅଧିକାରୀ କିଏ ବୋଲି ଆଜି ପର୍ଯ୍ୟନ୍ତ ଦେଖା ମିଳୁ ନଥିବା କୁହନ୍ତି ରାମ ପ୍ରଧାନ । ତେବେ ଏଭଳି ଅନେକ ପଞ୍ଚାୟତ ରେ ରାମ ପ୍ରଧାନ ଙ୍କ ଭଳି ଅନେକ ହିତାଧିକାରୀ ରହିଥିଲେ ମଧ୍ୟ ଆଦିବାସୀ ବହୁଳ ଅଶିକ୍ଷିତ ଲୋକ ରହୁଥିବାରୁ ଅଲ୍ ଲାଇନ୍ ବ୍ୟବସ୍ଥା କ’ଣ ଜାଣି ନଥିବାରୁ ସରକାରୀ ଯୋଜନା ରୁ ବଞ୍ଚିତ ରହୁଛନ୍ତି । ତେବେ ଏହି ପଞ୍ଚାୟତରେ ନବ ନିର୍ବାଚିତ ହୋଇଥିବା ସରପଞ୍ଚ କିମ୍ବା ସମିତି ସଭ୍ୟ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ପଞ୍ଚାୟତ ଅଧିକାରୀ ଭାବେ ଥିବା ଅଧିକାରୀ ମଧ୍ୟ ଦାୟିତ୍ୱ ସଠିକ ଭାବେ କରୁନଥିବା ଲୋକ ଅଭିଯୋଗ କରିଛନ୍ତି । ଏହି ବିଷୟରେ ପଞ୍ଚାୟତ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲୁ ହେଲେ ସେ ଟିକିଏ ସମୟ ପରେ କହିବି କହି ଭୁଲି ଯାଉଥିବା ପରିଲକ୍ଷିତ ହେଉଛି । ଅନ୍ୟ ପଟେ କିଛି ଦିନ ପୂର୍ବରୁ ନୂଆଗାଁ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ କହିଥିଲେ ଯେ , ସେମିତି କିଛି ହିତାଧିକାରୀ ନାହାନ୍ତି ଯଦି କିଏ ରହିଯାଇଛି ଆମେ ଦେଖୁଛୁ | ତେବେ ନୂଆଗାଁ ବ୍ଲକ ରେ ଏପରି ଅନେକ ହିତାଧିକାରୀ ରହୁଥିବା ବେଳେ ସେମାନଙ୍କୁ କେବେ ଯୋଗ୍ୟ ବିବେଚିତ କରି ଭତା ପାଇବା ରେ ସାମିଲ କରାଯିବ ନା ଅର୍ଥ ଲାଳସା ରଖି କାଗଜ ପତ୍ର ରେ ସୀମିତ ରଖାଯାଉଛି ଦେଖିବାକୁ ଆଗାମୀ ଦିନରେ ବାକି ରହିଲା |

Exit mobile version