Site icon Awaj Media

ଫାଇଭ ଟି ସଚିବଙ୍କ ଗସ୍ତ ପରେ ମା, ଭଗବତୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ମନ୍ଦିର ଉନ୍ନତିକରଣ ନିମନ୍ତେ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ , କିଛି ଦିନ ପୂର୍ବେ ଏହାରି ଉପରେ ଫାଇଭ ଟି ସଚିବ ଙ୍କ ଦୃଷ୍ଟି ପଡ଼ିଥିଲା । ଫଳରେ ଗତ ମାସରେ ହଠାତ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଆସି ବାଣପୁରର ମା, ଭଗବତୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ! ଏବେ ଏହାର ଉନ୍ନତିକରଣ ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ଏନେଇ ବାଣପୁର ବିଜ୍ଞାପିତ ଅଞ୍ଚଳର ସଭାଗୃହ ରେ ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମା, ଭଗବତୀ ମନ୍ଦିରର ଶୁଭେଚ୍ଛା କମିଟି ପକ୍ଷରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ , ତହସିଲଦାର କୁଞ୍ଜବିହାରୀ ବଡ଼ଜେନା , ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିନାଷ ମହାନ୍ତି , ଏସଡିପିଓ ମାନସ ରଞ୍ଜନ ବାରିକ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପାରିକୁଦ ରାଜା ସାହେବ ସନ୍ତୋଷ କୁମାର ମର୍ଦ୍ଦରାଜ , ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ , ବିକ୍ରମ କେଶରୀ ଜେନା , ବାଳମୁକୁନ୍ଦ ଦାସ , ନବ ପ୍ରଧାନ , ଉମିକାନ୍ତ ପାଠୀ ପ୍ରମୁଖ ଯୋଗଦେଇ ମନ୍ଦିରର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ! ଏହି କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବା ପାଇଁ ଜିଲ୍ଲାପାଳ ଙ୍କୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା ।

Exit mobile version