ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ତହସିଲଦାର କାର୍ଯ୍ୟାଳୟ ନିକଟରେ ଗଜପତି ସିକ୍ୟୁରିଟି ସର୍ଭିସ କାର୍ଯ୍ୟାଳୟକୁ ରିବନ କାଟି ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଛନ୍ତି ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଏବଂ ଉପ ଜିଲ୍ଲାପାଳ । ୱେଡିଙ୍ଗ ଇଭେଣ୍ଟ, ଅଫିସ ପୋଗ୍ରାମ, କୋପରେଟିଭ ମିଟିଙ୍ଗ, କଲଚରାଲ ଫକ୍ସନ, ପର୍ସନାଲ ବଡ଼ିଗାଡ଼ ଏହିଭଳି ବିଭିନ୍ନ ସର୍ଭିସ ଗଜପତି ସିକ୍ୟୁରିଟି ସର୍ଭିସ ତରଫରୁ ଯୋଗାଇ ଦିଆଯିବ ବୋଲି ଗଜପତି ସିକ୍ୟୁରିଟି ସର୍ଭିସର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ନାଗେଶ୍ୱର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବି ଶ୍ରୀକାନ୍ତ , ପ୍ରଣୋଜ କୁମାର ପଟ୍ଟନାୟକ, ଏସ.ତିରୁପତି ପ୍ରମୁଖଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଗଜପତି ସିକ୍ୟୁରିଟି ସର୍ଭିସ ର ଶୁଭ ଉଦଘାଟନ !!!

