Site icon Awaj Media

ବାଲିଗୁଡା ର ଗୁଳିମରାପଦା ସାହି ଠାରେ ଗଠନ ହେଲା ମା ମହାମାୟୀ ଦୁର୍ନୀତି ବିରୋଧି ମଞ୍ଚ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ା ରେ ଜୋର ଧରିଛି ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ, କିଛି ବର୍ଷ ହେବ ବାଲିଗୁଡା ଟାଉନରେ ଥିବା ତହସିଲ, ଆଇଟିଡ଼ିଏ, ବ୍ଲକ, ଏନଏସି ଭଳି ବିଭିନ୍ନ ସରକାରୀ ତଥା ବେସରକାରୀ ସ୍ତରରେ ଦୁର୍ନୀତି ଅତ୍ୟାଚାର ପ୍ରିୟା ପ୍ରୀତି ତୋଷଣ ଏବଂ ସହର ରେ ଗୁଣ୍ଡାରାଜ ଆତଙ୍କି ବଢ଼ି ଚାଲିଛି ! ତାକୁ ଅଙ୍କୁଶ ଲଗାଇବା କୁ ବାଲିଗୁଡା ର ସମସ୍ତ ୱାର୍ଡ ର ଲୋକେ ସଂଗଠିତ ହୋଇ ଦୁର୍ନୀତି ଭ୍ରଷ୍ଟାଚାର କୁ ସମୂହ ବିରୋଧ ପାଇଁ ଅଣ୍ଟା ଭିଡୁଛନ୍ତି l ବାଲିଗୁଡା ର ସର୍ବ ପୁରାତନ ସାହି ନୂଆସାହି ର ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବମଞ୍ଚ ର ଆଦର୍ଶ ରେ ଅନୁପ୍ରାଣିତ ହୋଇ ବାଲିଗୁଡା ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚ ନାମରେ ସଂଗଠନ ଗଠନ ହୋଇଥିବା ସୂଚନା ମିଳିଛି l କିଛି ଖଳ ପ୍ରକୃତି ର ଲୋକ ପ୍ରଶାସନ କୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଣ୍ଠନ କରି ଚାଲିଛନ୍ତି, ତାକୁ ପ୍ରତିହତ କରିବା ଏବଂ ସହର ରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନ ର ଆବାହକ ବିରଞ୍ଚି ଦଳପତି କହିଛନ୍ତି l

ସମସ୍ତ ଜାତି ଧର୍ମ ସମ୍ପ୍ରଦାୟ ଏବଂ ରାଜନୈତିକ ଦଳ ରୁ ଉର୍ଦ୍ଧ୍ୱ ରେ ରହି ମିଳିତ ଭାବେ ଦୁର୍ନୀତିକୁ ବିରୋଧ କରିବା ପାଇଁ ନବ ନିର୍ବାଚିତ ପଦାଧିକାରୀ ଏବଂ ସଦସ୍ୟ ଗଣ ଶପଥ ପାଠ କରିଥିଲେ l ସର୍ବ ସମ୍ମତି କ୍ରମରେ ସଭାପତି ଭାବେ ଜଗନ୍ନାଥ ବାଘ, ଉପ ସଭାପତି ଭାବେ ଭୀମସେନ ବିନ୍ଧାଣୀ, ମାତୃ ମଣ୍ଡଳୀ ଉପ ସଭାପତି ଭାବେ ଟିକି ଯାନୀ, ସମ୍ପାଦକ ଭାବେ ଜୁନେସ କହଁର, ସହ ସମ୍ପାଦକ ଭାବେ କୁସୁମୀ ପ୍ରଧାନ, କୋଷାଧକ୍ଷ ଭାବେ ରମେଶ ଚନ୍ଦ୍ର ସାହୁ, ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ଆଦିକନ୍ଦ ପଟ୍ଟନାୟକ, ମିଡ଼ିଆ ସଂଯୋଜକ ଭାବେ ଲକ୍ଷ୍ମୀ ନାରାୟଣ ମଳିକ, ଉପଦେଷ୍ଟା ଭାବେ ବିରଞ୍ଚି ଦଳପତି ଏବଂ ସୁବାଷ ପାତ୍ର ଙ୍କୁ ଚୟନ କରାଯାଇଛି l ଦୁର୍ନୀତି ବିରୋଧୀ ମଞ୍ଚର ବାଲିଗୁଡା ର ପ୍ରତିଷ୍ଠାତା ସଦସ୍ୟ ତଥା ଗ୍ରାମ୍ୟ କମିଟି ଉପ ସଭାପତି ଶିବରାମ ପ୍ରଧାନୀ ଏବଂ ମା ଦୁର୍ଗା ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ଯୁବ ମଞ୍ଚ ର ସଭାପତି ଜଳେନ୍ଦ୍ର ପାତ୍ର , ଯୁଗ୍ମ ସମ୍ପାଦକ ଶୁକଦେବ ନାୟକ, ସହ ସମ୍ପାଦକ ମାନସ ରଞ୍ଜନ ଅମାୟତ, କୋଷାଧକ୍ଷ ରାଜେଶ ବେହେରା, ଦିଲ୍ଲୀପ ପାତ୍ର, ମନୋଜ ପାତ୍ର, ଧର୍ମେନ୍ଦ୍ର ପାତ୍ର ଙ୍କୁ ନବ ଗଠିତ ମା ମହାମାୟୀ ଦୁର୍ନୀତି ବିରୋଧି ମଞ୍ଚ ପକ୍ଷରୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ! ଶେଷରେ ଉପଦେଷ୍ଟା ସୁବାଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version